ବାଲେଶ୍ୱରରେ ଦୁଇଟି ବସ ଦୁର୍ଘଟଣା; ଜଣେ ମୃତ, ୭ଗୁରୁତର, ୨୧ ଆହତ

ପଶ୍ଚିମବଙ୍ଗର ଦୁଇଟି ବସ୍ ବାଲେଶ୍ୱରରେ ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି । ଗୋଟିଏ ବସର ନାମ ଜଗାବଳିଆ ଓ ଅନ୍ୟଟି ମାଆ ଦୁର୍ଗା ।

ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୫ ଜଣ ତୀର୍ଥଯାତ୍ରୀ ଆହତ ହୋଇଥିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରୁ ଜଗାକାଳିଆ ନାମକ ଏକ ଘରୋଇ ବସ୍ ୬୦ରୁ ଉର୍ଦ୍ଧ ଯାତ୍ରୀ ନେଇ ଭଦ୍ରକର ଚାନ୍ଦବାଲି ଅଭିମୁଖେ ଯାଉଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରେ ଭାରସାମ୍ୟ ହରାଇ ରାସ୍ତାର ଗୋଟିଏ ପାର୍ଶ୍ୱକୁ ଓଲଟି ପଡିଥିଲା । ଯାହା ଫଳରେ ୧୫ ଜଣ ତୀର୍ଥଯାତ୍ରୀ ଆହତ ହେବା ସହ ଜଣେ ତୀର୍ଥଯାତ୍ରୀ ଗୁରୁତର ହୋଇଛନ୍ତି , ସ୍ଥାନୀୟ ଲୋକେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ସ୍ଥାନୀୟ ଚିକିତ୍ସାଳୟକୁ ପଠାଇଛନ୍ତି । ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ସେହିପରି, ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୬ ଜଣ ତୀର୍ଥଯାତ୍ରୀ ଗୁରୁତର ଆହତ ହୋଇଥିବା ସହ ଜଣକର ମୃତ ଘଟିଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ମାଆ ଦୁର୍ଗା ନାମକ ଏକ ଘରୋଇ ବସ୍ ୬୦ ଜଣ ଯାତ୍ରୀ ନେଇ ପୁରୀ ଅଭିମୁଖେ ଯାଉଥିବା ବେଳେ ଲକ୍ଷ୍ଣଣନାଥ ଟୋଲଗେଟ୍ ନିକଟରେ କିଛି ଯୁବକ ବସଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଫଳରେ ପଛରେ ଦୃତଗତିରେ ଆସୁଥିବା ଏକ କଣ୍ଟେନର ବସ୍ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା କାରଣରୁ ପଛରେ ବସିଥିବା ୬ ଜଣ ତିର୍ଥଯାତ୍ରୀ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଜଳେଶ୍ୱର ଜି କେ ଭଟ୍ଟର ହସ୍ପିଟାଲକୁ ପଠାଇଥିଲେ । ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଗେଚ ନିକଟରେ ବେଆଇନ ଚାନ୍ଦା ଆଦାୟକାରୀଙ୍କ କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ପ୍ରତିଦିନ ୬୦ ନଂ ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀବାହୀ ବସ ଗୁଡିକୁ ଅଟକାଇ ଜବରଦସ୍ତି ଭାବେ ଚାନ୍ଦା ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। କିନ୍ତୁ ଜଳେଶ୍ୱର ପୋଲିସର କୌଣସୀ କଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ବରଂ ପୋଲିସର ଉପସ୍ଥିତିରେ ଚାନ୍ଦା ଆଦାୟ ଚାଲିଥିବାର ଅଭିଯୋଗ ହୋଇ ଆସୁଛି । କିଛି ବର୍ଷ ତଳେ ଅଞ୍ଚଳରେ ଚାନ୍ଦା ଆଦାୟ ସମୟରେ ଦୁର୍ଘଟଣାରେ କିଛି ଯାତ୍ରୀ ମୃତୁବରଣ କରିଥିଲେ । ଆଜି ପୁଣି ତାର ପୁନରାବୃତ୍ତି ଘଟିଛି ।

Leave a Reply

Your email address will not be published. Required fields are marked *