ବିଜୁ ଜନତା ଦଳ ନେତା ପ୍ରଣବ ପ୍ରକାଶ ଦାସ ଓଡ଼ିଶା କ୍ରିକେଟ ଏକାଡେମୀର ସଭାପତି ପଦବୀରୁ ଇସ୍ତଫା ଦେଇଛନ୍ତି

ଓଡ଼ିଶା କ୍ରିକେଟ ଏକାଡେମୀର ସଭାପତି ପଦବୀରୁ ଇସ୍ତଫା ଦେଇଛନ୍ତି ବିଜୁ ଜନତା ଦଳ ନେତା ପ୍ରଣବ ପ୍ରକାଶ ଦାସ। ନିଜର ବ୍ୟକ୍ତିଗତ କାରଣରୁ ସେ ଏହି ପଦବୀରୁ ଇସ୍ତଫା ଦେଇଥିବା ନେଇ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ରବିବାରଦିନ ଏକାଡେମୀର ବାର୍ଷିକ ସାଧାରଣ ସଭାରେ ସେ ଉପସ୍ଥିତ ନଥିଲେ। ତାଙ୍କର ଇସ୍ତଫାପତ୍ରକୁ ଏହି ଅବସରରେ ଆଲୋଚନା କରାଯାଇଥିଲା। ତାଙ୍କ ଅନୁପସ୍ଥିତିରେ ଉପସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି। ଫେବୃୟାରୀ ୧୦ରେ ଓଡ଼ିଶାରେ ଆନ୍ତର୍ଜାତିକ ଏକଦିବସୀୟ ଅନୁଷ୍ଠିତ ହେବାକୁଥିବାରୁ ଏହାପରେ ପରବର୍ତ୍ତୀ ନିର୍ବାଚନ ଲାଗି ପଦକ୍ଷେପ ନିଆଯିବ ବୋଲି ଓସିଏ ସୂତ୍ରରୁ ଜଣାପଡ଼ିଛି। ୧୦ ମାସ ପୂର୍ବରୁ ପ୍ରଣବଙ୍କ ଇସ୍ତଫାକୁ ନେଇ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *