ରାଜ୍ୟରେ ନାରୀଙ୍କ ଉପରେ ଅତ୍ୟାଚାର ବଢ଼ୁଥିବା ଅଭିଯୋଗ କରି ଛାତ୍ର ବିଜେଡି ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦିଆଯାଇଛି। ଆସନ୍ତାକାଲି ଶ୍ରେଣୀ ବର୍ଜନ ସହ ଛାତ୍ରମାନେ ଏହି ଆନ୍ଦୋଳନରେ ସାମିଲ ହେବାକୁ ବିଜେଡି ଛାତ୍ର ଶାଖା ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏହାସହ ରାସ୍ତାରୋକୋ ଏବଂ କୁଶପୁତ୍ତଳିକା ଦାହ କରାଯିବାକୁ ସ୍ଥିର କରିଛି ବିଜେଡି।