|| ବିଜେଡି ସରକାର ପାଇଁ ଦେଶର ଅବସ୍ଥା ଆଉ ଭଲ ନାହିଁ ||

ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ୍ ରେ ଗତ କାଲି ସକାଳ ୧୦ ଘଟିକା ସମୟ ରେ ଜଳେଶ୍ଵର ବଡବଜାର ଛକ ଠାରୁ ଏକ ରାଲି ବାହାରି ଏହା ବ୍ଲକ୍ ଛକ ରେ ପହଞ୍ଚି ଥିଲା ଏଵଂ ବ୍ଲକ୍ ସମ୍ମୁଖରେ ଧାରଣା ରେ ବସିଥିଲେ। କେନ୍ଦ୍ରସରକାର ଓଡ଼ିଶା କୁ ଦେଉଥିବା ପ୍ରଧାନମନ୍ତ୍ରୀ ଆବାସ ଚୟନ୍ ରେ ମହା ଘୋଟଲା ଯେପରି କି ଏସଇସିସି ତାଲିକା ରେ ନାମ ଅଛି କିନ୍ତୁ ପ୍ରଶାସନିକ ଅଧିକାରୀମାନେ ତଦନ୍ତରେ ରାଜନୀତି କରଣକରି ବିଜେଡି ଦଲାଲ ମାନଙ୍କ ସହାୟତାରେ ଧନୀ ଶ୍ରେଣୀ ର ଲୋକଙ୍କୁ ଘର। ଯୋଗ୍ୟ ଲୋକଙ୍କୁ ତାଲିକା ରୁ ବାଦ୍ ଦେବା ଏବଂ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା ରେ ପାଇଖାନା ରେ ଘୋଟଲା ସେହିପରି ଓଡ଼ିଶା ସରକାରଂକ ଦ୍ୱାରା କାର୍ଯ୍ୟକାରି
ହେଉଥିବା ୫ ଟି ସ୍କୁଲ୍ ନିର୍ମାଣ ରେ ଦୁର୍ନିତୀ, ନିମ୍ନ ମାନ ର କାମ ଏଵଂ ସୁବର୍ଣ୍ଣରେଖା ରେ ବାଲି ଉଠାଣ ରେ ସରକାର୍ କଟକଣା ଲଗାଇ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଘର କାର୍ଯ୍ୟ ପାଇଁ ହିତାଧୀକାରୀ ମାନେ ବାଲି ପାଉନାହାନ୍ତି ଯାହା ଫଳରେ ଧାର୍ଯ୍ୟ ସମୟ ରେ ଘର କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରୁନାହାନ୍ତି। ଯାହାକୁ ନେଇ ଜଳେଶ୍ଵର ବ୍ଲକ୍ ରେ ବିଜେପି ପକ୍ଷରୁ ଭାଜପା ର ଯୁବନେତା ଦିବ୍ୟକାମ ମହାନ୍ତି ଙ୍କ ନେତୃତ୍ୱ ରେ ଏହି ବିକ୍ଷୋଭ ହୋଇଥିଲା। ଏହି ଧାରଣା ରେ ବିଜେପି ପକ୍ଷରୁ ପଶ୍ଚିମବାର୍ଡ ର ମଣ୍ଡଳ ସୋଭାପତୀ ପ୍ରତାପ ଚନ୍ଦ୍ର ସେନାପତି, ରାଇବଣିଆ ମଣ୍ଡଳ ସୋଭାପତି ମନୋଜ କୁମାର ସାସମଲ୍ , ସୁବର୍ଣ୍ଣରେଖା ମଣ୍ଡଳ ଶୋଭାପତି ପ୍ରଣବ କୁମାର୍ ପଣ୍ଡା, ପଶ୍ଚିମବାର୍ଡ ପଂଚାୟତ ସରପଞ୍ଚ ସମ୍ଭୁ ଜେନା, ସଂଜୀବ ରାଉତ୍, ଅଚ୍ୟୁତ ମହାନ୍ତି, ଛବି ଜ୍ୟୋତି, ବିବେକାନନ୍ଦ ପରିଡା, ଅତୁଲ ଜେନା, ଜଗନ୍ନାଥ ମହାନ୍ତ, ପରେଶ ଘୋଷ, ସତ୍ୟ ବେହେରା, ରବି ସିଂ ପ୍ରମୁଖ ଉପସ୍ତିତ ଥିଲେ।
ଶେଷରେ ଦିନ ୧ଟା ସମୟ ରେ ବିକ୍ଷୋଭ ସ୍ଥଳ ରେ ବିଡିଓ ପୁନମ୍ ରାଉତ୍ ଆସି ଦାବି ପତ୍ର ନେଇଥିଲେ।

Leave a Reply

Your email address will not be published. Required fields are marked *