ବିପଦପୂର୍ଣ୍ଣ ଅବସ୍ଥାରେ ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର । ନାଟମଣ୍ଡପ ଛାତକୁ ଧରି ରଖିଥିବା ବିମ୍ ଭାଙ୍ଗିଯାଇଛି । ବର୍ଷା ହେଲେ ଛାତରୁ ଗଳୁଛି ପାଣି । ତୁରନ୍ତ ମରାମତି ନହେଲେ ସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି । ଗୁଣ୍ଡିଚା ମନ୍ଦିର ପାଇଁ ଗଠିତ ସ୍ୱତନ୍ତ୍ର ବୈଷୟିକ କମିଟି ଏହି ରିପୋର୍ଟ ଦେବା ପରେ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢିଛି । ବ୍ୟୟ ଅଟକଳ ପରେ ୧୫ ଦିନ ଭିତରେ ଟେଣ୍ଡର ଡାକି ଠିକା ସଂସ୍ଥା ଜରିଆରେ କାମ ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ଗତ ଅକ୍ଟୋବର ୨୯ ଓ ୩୦ ତାରିଖରେ ଏହି ବୈଷୟିକ କମିଟି ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ନାଟମଣ୍ଡପର ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଏହି କମିଟି ଶ୍ରୀମନ୍ଦିର ପ୍ରଶାସନକୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି ।