ବିଭିନ୍ନ ସରକାରୀ ବ୍ୟାଙ୍କ ଠକେଇ ମାମଲାରେ ଇଡି ଚଢ଼ାଉ କରି ପଳାୟନ କରିଥିବା ଶିଳ୍ପପତିଙ୍କଠାରୁ ୨୨ ହଜାର ୨୮୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହାକୁ ସମ୍ପୃକ୍ତ ସରକାରୀ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଛି। ନୀରବ ମୋଦୀ, ବିଜୟ ମାଲ୍ୟା ଓ ମେହୁଲ ଚୋସ୍କିଙ୍କ ଭଳି ପଳାୟନକାରୀଙ୍କ ଠାରୁ ଇଡି ଏହି ସମ୍ପତ୍ତି ଉଦ୍ଧାର କରିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। କେବଳ ବିଜୟ ମାଲ୍ୟାଙ୍କଠାରୁ ୧୪ ହଜାର ୧୩୧ କୋଟି ଜବତ ହୋଇଥିବା ବେଳେ ନୀରବ ମୋଦୀଙ୍କଠାରୁ ୧୦୫୨ କୋଟି, ଏବଂ ମେହୁଲ ଚେସ୍କିଙ୍କଠାରୁ ୨୫୬୬ କୋଟି ଟଙ୍କା ଜବତ କରାଯାଇଥିବା ସେ ଲୋକସଭାରେ କହିଛନ୍ତି।