ବ୍ରିଟେନ୍ରେ କାମ କରିଛି ମୋଦି ମ୍ୟାଜିକ୍ । ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ପରିବାରଙ୍କୁ ଲଣ୍ଡନରେ କାମ କରିବା ପାଇଁ ୩ ହଜାର ଭିସା ମଞ୍ଜୁରୀ ପାଇଁ ଗ୍ରୀନ୍ ସିଗ୍ନାଲ୍ ଦେଇଛନ୍ତି । ବ୍ରିଟିସ୍ ସରକାର ଏନେଇ କହିଛନ୍ତି ଯେ ଭାରତ ହେଉଛି ପ୍ରଥମ ଦେଶ ଯିଏକି ଏହି ଯୋଜନାରେ ଲାଭାନ୍ୱିତ ହେବ । ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆଜି ବ୍ରିଟେନ୍-ଭାରତ ୟଙ୍ଗ୍ ଫ୍ରଫେସିଓନାଲ୍ ସ୍କିମ୍ର ଆରମ୍ଭ କରାଯାଇଛି । ଯେଉଁଥିରେ ୧୮ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଶିକ୍ଷିତ ଭାରତୀୟ ନାଗରିକମାନଙ୍କୁ ୩ ହଜାର ଭିସା ଏବଂ ୨ ବର୍ଷ କାମ କରିବା ପାଇଁ ପ୍ରସ୍ତାବ ରହିଛି ।
ସୂଚନା ଥାଉକି ଜି-୨୦ ଶିଖର ସମ୍ମିଳନୀ ଜାରି ରହିଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା । ଯାହାର କିଛି ସମୟ ପରେ ବ୍ରିଟିଶ୍ ସରକାରଙ୍କ ଦ୍ୱାରା ଏହି ଘୋଷଣା କରାଯାଇଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ଋଷି ସୁନକ୍ ଏବଂ ନରେନ୍ଦ୍ର ମଦିଙ୍କ ମଧ୍ୟ.ରେ ଏହା ପ୍ରଥମ ସାକ୍ଷାତକାର ।
ତେବେ ଏହି ଯୋଜନାକୁ ନେଇ ଡାଉନିଂ ଷ୍ଟ୍ରିଟ୍ ଏକ ବୟାନରେ କହିଛି, ଯୋଜନାର ଶୁଭାରମ୍ଭ ଭାରତ ସହିତ ଆମର ଦ୍ୱିପାକ୍ଷିକ ସମ୍ୱନ୍ଧକୁ ମଜବୁତ୍ କରିବ । ଏଥିରେ ଭାରତ-ପ୍ରଶାନ୍ତ କ୍ଷେତ୍ର ସହିତ ଦୁଇ ଦେଶ ମଧ୍ୟରେ ଅର୍ଥବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ମଧ୍ୟ ସାହାଯ୍ୟ ମିଳିବ ।