ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ୧୫ ତମ ରୋଜଗାର ମେଳା

ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ୧୫ ତମ ରୋଜଗାର ମେଳା। କେବଳ ଭୁବନେଶ୍ବର ନୁହେଁ, ଦେଶର ୪୭ଟି ସ୍ଥାନରେ ଏହି ମେଳା ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ।ଏହି ଅବସରରେ ବିଭିନ୍ନ ସରକାରୀ ବିଭାଗ ଏବଂ ପ୍ରତିଷ୍ଠାନରେ ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବ। ସ୍ଥାନୀୟ ସିଏସଆଇଆର୍‌-ଆଇଏମଏମଟି ପ୍ରେକ୍ଷାଳୟରେ ପୂର୍ବାହ୍ଣ ୧୧ଟାରେ ହେବାକୁ ଥିବା ଏହି ମେଳାରେ ଆଭାସୀ ମାଧ୍ୟମରେ ଯୋଗଦେଇ ଉପସ୍ଥିତ ନିଯୁକ୍ତି ପ୍ରାପ୍ତ ଯୁବକ ଯୁବତୀଙ୍କୁ ସମ୍ବୋଧନ କରିବେ।

Leave a Reply

Your email address will not be published. Required fields are marked *