ମୌନୀ ଅମାବାସ୍ୟାରେ ମହାକୁମ୍ଭରେ ବଡଧରଣର ଅଘଟଣ।ମହାକୁମ୍ଭ ମେଳା ୨୦୨୫ର ଦ୍ୱିତୀୟ ସାହି ସ୍ନାନରେ ଘଟିଛି ଅଘଟଣ। ଏହାଦ୍ୱାରା ୧୫ ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣ ଯାଇଥିବା ଆଶଙ୍କା କରାଯାଇଛି। ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘାଟକୁ ଆସିବାକୁ ବାରଣ କରିଛି। ଆଜି ପ୍ରାତଃ ମୁହୂର୍ତ୍ତରେ ତଥା ମଉନୀ ଅମାବାସ୍ୟା ଅବସରରେ ଅମୃତ ସ୍ନାନ ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥିଲା। ସମସ୍ତ ଗଙ୍ଗା ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ଲାଗି ମୁହାଁଇଥିଲେ। ଏହି ସମୟରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଓ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାରେ ଅସଫଳ ରହିବା ହେତୁ ୧୫ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ଶରୀରରୁ ମେଳା ପରିସରରେ ଖୋଲାଯାଇଥିବା ହସ୍ପିଟାଲ୍କୁ ନିଆଯାଇଛି।