ମହାରାଷ୍ଟ୍ର ଓ ଝାଡଖଣ୍ଡରେ ମତଦାନ

ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ପାଇଁ ମତଦାନ ଆରମ୍ଭ । ମହାରାଷ୍ଟ୍ରର ସମସ୍ତ ୨୮୮ ଆସନ ପାଇଁ ମତଦାନ ଆରମ୍ଭ । ଆଜି ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ର ପାଇଁ ହେଉଛି ଭୋଟିଂ । ଝାଡଖଣ୍ଡର ଅବଶିଷ୍ଟ ୩୮ ଆସନ ପାଇଁ ବି ମତଦାନ ଆରମ୍ଭ ।ଆସନ୍ତା ୨୩ ତାରିଖରେ ଆସିବ ଦୁଇ ରାଜ୍ୟର ରେଜଲ୍ଟ ।  

ମହାରାଷ୍ଟ୍ରରେ ବିଧାନସଭା ମତଦାନ ପାଇଁ ମହାୟୁତି ଓ ମହାବିକାଶ ଅଘାଡି ମଧ୍ୟରେ ମୁକାବିଲା । ବିଜେପି ନେତୃତ୍ଵାଧୀନ ମହାୟୁତି କ୍ଷମତା ବଜାୟ ରଖିବାକୁ ଆଶାବାଦୀ । ମହାବିକାଶ ଅଘାଡି ମଧ୍ୟ କ୍ଷମତାକୁ ଫେରିବା ନେଇ ଆଶାବାଦୀ । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ଉପରେ ସାରା ଦେଶର ନଜର । ଏନସିପି  ଓ ଶିବସେନା ଦୁଇଭାଗ ହେବ ପରେ ବହୁମୂଖୀ ଲଢେଇ । ଏନସିପି  ଓ ଶିବସେନା ଦୁଇଭାଗ ହେବ ପରେ ପ୍ରଥମ ବିଧାନସଭା ଲଢେଇ ।

Leave a Reply

Your email address will not be published. Required fields are marked *