ରାଜ୍ୟର ସ୍କୁଲ୍, କଲେଜ ଓ ପ୍ରତିଟି ଅନୁଷ୍ଠାନରେ ଯୌନ ନିର୍ଯାତନା ନିବାରଣ ଆଇନ- ୨୦୧୩କୁ କଡ଼ାକଡ଼ି ପାଳନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମହିଳାଙ୍କୁ କର୍ମକ୍ଷେତ୍ରରେ ଏକ ସୁରକ୍ଷିତ, ସମ୍ମାନ ଜନକ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରଦାନ ପାଇଁ କଡ଼ା ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ସମସ୍ତ ସଚିବ, ଜିଲ୍ଲାପାଳ, ଆରଡିସିଙ୍କୁ ପତ୍ର ଲେଖି ଜଣାଇଛନ୍ତି।
