ରବିବାର(ଜୁନ ୯) ସନ୍ଧ୍ୟା ୭.୧୫ରେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ ,ତାଙ୍କ ସହ ଅନ୍ୟ କ୍ୟାବିନେଟ ସଦସ୍ୟ ମାନେ ବି ନେବେ ଶପଥ । ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ନରେନ୍ଦ୍ର ମୋଦୀ ତୃତୀୟ ଥର ପିଏମ ହେବା ପୂର୍ବରୁ ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମୋନହର ଯୋଶୀଙ୍କୁ ଭେଟି ଆର୍ଶୀବାଦ ନେଲେ ।
