ଦିଲ୍ଲୀ, ପଞ୍ଜାବ ସହିତ ଉତ୍ତର ଭାରତ ଧୂମମୟ ହୋଇପଡିଛି। ଧୁମ ମିଶ୍ରିତ କୁହୁଡିର ଏକ ବହଳ ଅସ୍ତରଣରେ ରାଜ୍ୟ ରାଜଧାନୀ ଲୁଚିଯାଇଛି। ଯାହାଦ୍ୱାରା ଦୃଶ୍ୟମାନ କ୍ଷମତା ହ୍ରାସ ପାଇଛି। ଯାହା ଫଳରେ ଦିଲ୍ଲୀ ଏୟାରପୋର୍ଟରୁ ଉଡାଣ ଭରିବାକୁ ଥିବା ୩୦୦ ରୁ ଉର୍ଧ୍ଵ ବିମାନ ବିଳମ୍ବିତ ହୋଇଛି। ମଧ୍ୟ ରାତ୍ର ୧୨ ଟାରୁ ଦିଲ୍ଲୀକୁ ଆସୁଥିବା ୧୧୫ଟି ବିମାନ ଓ ଦିଲ୍ଲୀରୁ ଯାଉଥିବା ୨୨୬ ଟି ବିମାନର ଉଡାଣ ସମୟ ବିଳମ୍ବିତ କରାଯାଇଛି।
