ରାଜ୍ୟରେ ଓଏଏସ୍‍ ଅଧିକାରୀଙ୍କ ସମୂହ ଛୁଟି ପ୍ରତିବାଦ ଜାରି ରହିଛି

ରାଜ୍ୟର କୌଣସି କାର୍ଯ୍ୟରେ ଏହି ଅଧିକାରୀମାନେ ଯୋଗ ଦେଉ ନାହାନ୍ତି। ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିଥିବା ଅପରାଧୀ ଓ ପ୍ରଚ୍ଛଦପଟ୍ଟ ନାୟକ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବିରେ ସେମାନେ ଅଟଳ ରହିଛନ୍ତି। ତେବେ ଏହି ଆନ୍ଦୋଳନରେ ଯୋଗ ଦେଇଥିବା ଅଧିକାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି।
ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମରା ଘଟଣାରେ ପୂର୍ବତନ କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କୁ କିଙ୍ଗ୍‍ ପିନ୍‍ ବୋଲି ଅଭିଯୋଗ କରିଛି ଓଏଏସ୍‍ ସଂଘ। ବିରୋଧୀ ଦଳ ବିଜେଡି ମଧ୍ୟ ସେହି ଅଭିଯୋଗ ଆଣିଛି। ତାଙ୍କୁ ଗିରଫ କରିବା ପାଇଁ ପ୍ରଥମ ଦାବି ଭାବେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ତେବେ ସରକାର ଘଟଣାରେ ଆଇନକୁ ତା’ ବାଟରେ ଯିବା ପାଇଁ ଅନୁରୋଧ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।
ଅପରପକ୍ଷେ ବିଜେପି ପକ୍ଷରୁ ଗତ ସନ୍ଧ୍ୟାରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ପାର୍ଟି ଅଫିସ ଡକାଇ ପ୍ରାୟ ୨ ଘଣ୍ଟା ଆଲୋଚନା କରାଯାଇଥିଲା। ବରିଷ୍ଟ ନେତା ଓ ସଭାପତି ଏହି ଆଲୋଚନା କରିଥିଲେ। ଆଲୋଚନା ସମୟରେ ଜଗନ୍ନାଥଙ୍କ ଅନେକ ସମର୍ଥକ ପାର୍ଟି କାର୍ଯ୍ୟାଳୟରେ ରୁଣ୍ଡ ହୋଇଥିଲେ। ଏହି ସମୟରେ ଖାରବେଳ ନଗର ଥାନାରେ ଅତିରିକ୍ତ ପୁଲିସବଳ ମୁତ୍ତୟନ କରାଯାଇଛି। ଆଲୋଚନା ପରେ ଜଗନ୍ନାଥ କହିଛନ୍ତି ସେ ସବୁ କଥା କହିଛନ୍ତି, ଏବେନିଷ୍ପତ୍ତି ସରକାରଙ୍କ।
ଆଜି ସରକାର ଏ ସମ୍ବନ୍ଧରେ ନିଷ୍ପତ୍ତି ନେଇପାରନ୍ତି। ଓଏଏସ୍‍ ସଂଘ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇପାରେ। ଏ ନେଇ ସରକାରଙ୍କ ନିଷ୍ପତ୍ତି ଆଜି ଦିନ ସାରା ଗୁରୁତ୍ୱପୂର୍ଣ୍ଣ ଖବର ହୋଇପାରେ।

Leave a Reply

Your email address will not be published. Required fields are marked *