ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି । ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶାର ପ୍ରଭାରୀ ଦାୟିତ୍ଵ ପ୍ରଦାନ କରିଛି ଦଳ । ଓଡ଼ିଶାର ନିର୍ବାଚନ ପ୍ରଭାରୀ ଥିଲେ ବିଜୟ ପାଲସିଂ ତୋମାର । ନିର୍ବାଚନ ସଫଳତା ପରେ ବିଜୟଙ୍କୁ ନୂଆ ଦାୟିତ୍ଵ ମିଳିଛି । ସେହିଭଳି ଲତା ଉସେଣ୍ଡିଙ୍କୁ ଓଡ଼ିଶାର ସହପ୍ରଭାରୀ ଦାୟିତ୍ଵ ମିଳିଛି ।
