କେରଳ ଆନନ୍ଦପଦ୍ମନାଭ ସ୍ୱାମୀ ମନ୍ଦିରର ଶାକାହାରୀ କୁମ୍ଭୀରର ଶେଷକୃତ୍ୟ ହୋଇଛି । କୁମ୍ଭୀରର ଶେଷ ବିଦାୟରେ ସାମିଲ ହୋଇଥିଲେ ମନ୍ଦିର ପୂଜକଙ୍କ ସହ ସାଧାରଣ ଲୋକ । ୭୫ ବର୍ଷରେ କୁମ୍ଭୀର ‘ବାବୀୟା’ର ମୃତ୍ୟୁ ହୋଇଛି । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲା ଶାକାହାରୀ କୁମ୍ଭୀର ।

ମନ୍ଦିରର ପୂଜକଙ୍କ କହିବାନୁଯାୟୀ, କୁମ୍ଭୀରଟି ଅଧିକାଂଶ ସମୟରେ ଗୁମ୍ଫା ପରିସରରେ ରହିଥିଲା । ମନ୍ଦିର ପକ୍ଷରୁ ତାଙ୍କୁ ସପ୍ତାହକୁ ୨ ଥର ପ୍ରସାଦ ଖାଇବାକୁ ଦିଆଯାଏ । ଏହି ମନ୍ଦିର ପୋଖରୀକୁ କୁମ୍ଭୀର କିଭଳି ଆସିଥିଲା ତାହା କାହାକୁ ଜଣାନାହିଁ । କିନ୍ତୁ ସେ ପ୍ରଭୁ ପଦ୍ମନାଭଙ୍କ ବାର୍ତାବହ ବୋଲି ଅନେକ ଭାବନ୍ତି ।
