ଶୁକ୍ରବାରଠାରୁ ପର୍ଥରେ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି। ଏହି ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ଅପଟସ୍ ଷ୍ଟାଡିୟମ୍ ପିଚ୍ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ପର୍ଥରେ ଗତକିଛି ଦିନ ହେବ ଅଦିନିଆ ବର୍ଷା ଲାଗି ରହିଛି।
