ଆସନ୍ତା ୬ ତାରିଖରୁ ସମ୍ବଲପୁରରେ ବିଶ୍ଵ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଶୁଭାରମ୍ଭ । ଚଳିତବର୍ଷ ପ୍ରଥମଥର ପାଇଁ ସାମିଲ ହେବେ ଆନ୍ତର୍ଜାତୀୟ ଲୋକ କଳାକାର । ପ୍ରାୟ ୪ ଶହ ବର୍ଷ ହେବ ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥିରେ ସମ୍ବଲପୁର ଠାରେ ବିଶ୍ଵ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆୟୋଜିତ ହୋଇଆସୁଛି ।
