ସରକାର Zomato ସର୍ଭିସ୍ ଚଳାଉନାହାଁନ୍ତି ଯେ, ତମ ଘରେ ନେଇ ଖାଦ୍ୟ ପହଞ୍ଚାଇବେ’ । ବନ୍ୟା ପୀଡିତଙ୍କୁ ଏପରି କହିଲେ IAS

ଏବେ ଉତ୍ତରପ୍ରଦେଶର ବିଭନ୍ନ ଇଲାକାରେ ବନ୍ୟାର ପ୍ରକୋପ ଯୋଗୁଁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ହଜାର ହଜାର ଲୋକେ ବନ୍ୟା ଆଶ୍ରୟ ସ୍ଥଳରେ ମୁଣ୍ଡ ଗୁଞ୍ଜିଥିବାବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । ଏପରି ସ୍ଥଳରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ଜିଲ୍ଲାପାଳ ଲୋକଙ୍କୁ ଏପରି କିଛି କହିଲେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଲଗାଣ ବର୍ଷା ଯୋଉଁ ଉତ୍ତରପ୍ରଦେଶ ଅମ୍ବେଦରନଗର ଜିଲ୍ଲା ଦେଇ ଯାଇଥିବା ଘାଘରରା ନଦୀ ରେ ବନ୍ୟା ଆସିଛି । ଫଳରେ ଲୋକେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ଜିଲ୍ଲାଧିକାରୀ ସାମୁଏଲ ପଲ୍ ଏନ୍ ବନ୍ୟା ପ୍ରପୀଡିତଙ୍କୁ ଟାଣ ଟାଣ କଥା ଶୁଣାଇ କହିଲେ ‘ ଯଦି ତମେମାନେ ଘରେ ରହିବ ତାହାଲେ କ’ଣ ତମ ଘରେ ଖାଦ୍ୟ ପହଞ୍ଚାଯିବ? ସରକାର କ’ଣ ଜୋମାଟୋ ସର୍ଭିସ୍ ଚଳାଉଛନ୍ତି ଯେ, ତମ ଘରେ ନେଇ ଖାଇବା ପହଞ୍ଚାଇବେ?’୫୦୦ ମିଟର ଭିତରେ ବନ୍ୟା ସହାୟତା ଶିବର ଖୋଲିଛି । ସେଠାରେ ପିବା ପାଣି ଠାରୁ ଆରମ୍ଭ କରି ଖାଦ୍ୟ, ସ୍ୱାସ୍ତ୍ୟସେବା ସବୁକିଛି ଯୋଗାଇଦିଆଯାଉଛି । ତେଣୁ ସେଠାକୁ ଯାଇ ସରକାର ଯୋଗାଉଥିବା ସୁବିଧା ଗ୍ରହଣ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ ଜିଲ୍ଲାଧିକାରୀ ।

Leave a Reply

Your email address will not be published. Required fields are marked *