ଫରଫର ହୋଇ ତ୍ରିରଙ୍ଗାଟି ସାଇକେଲ ପଛରେ ଉଡୁଥିଲା । କାନ୍ଧରେ ଭାରତୀୟ ସେନା ରଙ୍ଗର bag । ସାଇକେଲ ଆଗରେ ଦୁଇଟି ପାଣି ବୋତଲ ଏବଂ ଗୋଟିଏ ଛତା। ଖରା, ବର୍ଷା, ଶୀତ କିଛି ନ ମାନି ପାଦରେ paddle କୁ ମାରି ଆଗକୁ ଆଗକୁ ମାଡିଚାଲିଥିଲେ ସମ୍ପୂର୍ଣ ଭାରତ ଭ୍ରମଣରେ । ଆଜ୍ଞା ହଁ, ଆମେ କହୁଚୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ସତ୍ୟଜିତ ପାଠକଙ୍କ କଥା । ଅକ୍ଟୋବେର ୭ ତାରିଖରୁ ଆଲ୍ହାବାଦରୁ ନିଜର ସାଇକେଲକୁ ନେଇ ସେ ବାହାରିଛନ୍ତି ସମ୍ପୂର୍ଣ ଭାରତ ଭ୍ରମଣ କରିବା ପାଇଁ । କାଶ୍ମୀର ରୁ କନ୍ୟାକୁମାରୀ ଏବଂ ଗୁଜୁରାଟ ରୁ ଅରୁଣାଂଚଳ ପ୍ରଦେଶ ପର୍ଯନ୍ତ ସେ ଭ୍ରମଣ କରିବେ ଏକୁଟିଆ ତାଙ୍କ ସାଇକେଲ ସହିତ ।ତାଙ୍କ କହିବା ଅନୁସାରେ ଛୋଟ ବେଳେ ସେ ସଚୋଲଲ ସମୟରେ ଭଲ ସାଇକେଲ ଚାଳନା କରୁଥିଲେ । ଅକ୍ଟୋବେର ୭ ରେ ଆଲାହାବାଦରୁ ବାହାରି ୧୮୦୦ କିଲୋମିଟର ଅତିକ୍ରାନ୍ତ କରି ୨୬ ତାରିଖ ଦିନ ରାତିରେ ସେ ପହଂଚିଥିଲେ ବାଲେଶ୍ୱରରେ । ତାଙ୍କୁ ସାଇକେଲ ଯାତ୍ରା ଖୁସି ଲାଗେ । ରାତି ହେଲେ ପେଟ୍ରୋଲ pump ଦେଖି ସୋଇଯାନ୍ତି । ପୁଣି ସକାଳୁ ଉଠି ଆଗେଇ ଚାଲନ୍ତି ନିଜ ଗନ୍ତବ୍ୟ ପଥରେ ।
ଆଜିକା ଲୋକ ମାନଙ୍କ ମନବୃତିକୁ ନେଇ ସେ କୁହନ୍ତି ସାଇକେଲ ଚଳାଇବା କୌଣସି ଲାଜରକଥା ନୁହେଁ, ବରଂ ନିଜ ଶକ୍ତିର କଥା । ଆଜିକା ଦିନରେ ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ସମସ୍ତେ ସାଇକେଲ ଚଳାଇବା ଦରକାର ବୋଲି ସେ କୁହନ୍ତି । ଏହା ଦ୍ୱାରା ଦେହ ମଧ୍ୟ ସୁସ୍ଥ ରୁହେ । ତାଙ୍କର DESERT HAWK SATYA ନାମରେ Youtube channel ଅଛି, ଯେଉଁଥିରେ ସେ ତାଙ୍କ ସାଇକେଲ ଦ୍ୱାରା ଭ୍ରମଣ କରିଥିବା ପର୍ଯ୍ୟଟନ ସ୍ଥଳୀ ଯାହା ଆଜି ବି ଲୋକଙ୍କ ନିକଟରେ ଅଛପା ହୋଇ ରହିଛି ତାକୁ ସାମ୍ନାକୁ ଆଣିବାର ପ୍ରୟାସ କରନ୍ତି । ଏକାକୀ ସାଇକେଲ ଚାଳନା କରି ସାରା ଭାରତ ଭ୍ରମଣ କରି Guinness World Record କରିବା ତାଙ୍କର ଲକ୍ଷ୍ୟ । ଭାରତ ଭ୍ରମଣ ପରେ ଭୁଟାନ, ନେପାଳ, ଚାଇନା, ଇଣ୍ଡୋରନେସିଆ ଆଦି ଦେଶକୁ ସେ ସାଇକେଲରେ ଭ୍ରମଣ କରିବେ ବୋଲି ଆଶା ରଖିଛନ୍ତି ।