ସାଟେଲାଇଟ୍ ଫଟୋ ଖୋଲିଲା ଚୀନର ଗୁମର । ଏଲଏସିରେ ଯୁଦ୍ଧ ପ୍ରସ୍ତୁତି ଚଲାଇଛି ବେଜିଂ । ଏପଟେ ଭାରତର ମିଶନ ‘୧୭୦୦ କିମି’

ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ଚୀନ-ଭାରତ ସେନା ମୁହାଁମୁହିଁ ହେବା ପରେ ବେଜିଂ ପକ୍ଷରୁ ଚୀନ ସୀମାବର୍ତ୍ତୀ ଅଂଚଳରେ ବ୍ୟାପକ ଡ୍ରୋନ୍ ଏବଂ ଯୁଦ୍ଧ ବିମାନ ମୁତୟନ କରିଛି । ସାଟେଲାଇଟ ଉଠାଇଥିବା ଫଟୋ ଚୀନର ଏହି ଚାଲାକିକୁ ପଦାରେ ପକାଇଛି ।

ଭାରତର ଉତରପୂର୍ବ ଅଂଚଳର ସମ୍ପୁର୍ଣ୍ଣ ଅଂଚଳ ଚୀନର ରେଞ୍ଜରେ ରହିଛି । ତିବେତିଆନ୍ ଏୟାରବେସରେ ଚୀନର ଲଢୁଆ ଯୁଦ୍ଧ ବିମାନ ଏବଂ ଡ୍ରୋନ୍ ମୁତୟନ କରିଥିବା ହାଇ ରିଜୋଲ୍ୟୁସନ ସାଟେଲାଇଟ୍ ଫଟୋରୁ ଦେଖିବାକୁ ମିଳିଛି । ଅରୁଣାଚଳ ପ୍ରଦେଶଠୁ ୧୫୦ କିଲୋମିଟର ଦୂରରେ ଥିବା ଚୀନର ବାଙ୍ଗଡା ଏୟାରବେସରେ ସୋରିଙ୍ଗ୍ ଡ୍ରାଗନ ଡ୍ରୋନ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ଏହି ଡ୍ରୋନ୍ କ୍ରମାଗତ ଭାବେ ୧୦ ଘଂଟା ପର୍ଯ୍ୟନ୍ତ ଉଡିପାରିବାର କ୍ଷମତା ରଖିଛି । ଡିସେମ୍ବର ୧୪ ତାରିଖରେ ଚୀନର ବାଙ୍ଗଡା ଏୟାରବେସରେ ଦୁଇଟି ଫ୍ଲଙ୍କର ଭଳି ଯୁଦ୍ଧ ବିମାନ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି । ଏଥିସହ ଚୀନ ଭାରତ ସୀମାବତି ଅଂଚଳରେ ଯୁଦ୍ଧ ଭିତିଭୂମି ନିର୍ମାଣ କାର୍ଯ୍ୟ ରଖିଛି । ଯାହାକୁ ନେଇ ଭାରତର ଚିନ୍ତା ବଢିଛି । ଭାରତ ପକ୍ଷରୁ ମଧ୍ୟ ସୀମାରେ ସେନା ଏବଂ ବାୟୁସେନା ସଜାଗ ରହିଛନ୍ତି ।

Leave a Reply

Your email address will not be published. Required fields are marked *