ଭୁବନେଶ୍ବର: ପୁଣି ହ୍ରାସ ପାଇବ ତାପମାତ୍ରା । ତାପମାତ୍ରା ରେ ହ୍ରାସ ପାଇବା ସହ ଆଗାମୀ ୩ ଦିନରେ ୨ ରୁ ୪ ଡିଗ୍ରୀ ରାତ୍ରିର ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାସହ ଅଧିକ ଶୀତର ଅନୁଭୂତି ହେବ ବୋଲି କହିଛି ପାଣିପାଗ ବିଭାଗ।ଫଳରେ ରାଜ୍ୟରେ ବଢିବ ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ରହିବ ଅଧିକ ପ୍ରକୋପ ଦେଖାଯିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କାଲିଠାରୁ କଳାହାଣ୍ଡି, କନ୍ଧମାଳ ଓ ଭଦ୍ରକ ଜିଲାରେ ଘନ କୁହୁଡି ହେବ। ୧୭ ତାରିଖରୁ ରାଜ୍ୟରେ ଶୀତ ବଢିବ ।