ଆସୁଛନ୍ତି ଦେବୀ …. ଆରମ୍ଭ ହୋଇଯାଇଛି ନବରାତ୍ରି । ଏଥିପାଇଁ ସଜେଇ ହେଲାଣି ବାଲେଶ୍ୱର ସହର। ଏବେଠୁ ରଙ୍ଗ ବେରଙ୍ଗ ଲାଇଟରେ ଝଲସୁଛି ସାରା ସହର। ଦୀର୍ଘ ଦୁଇ ବର୍ଷ ପରେ ଦେଖିବାକୁ ମିଳିଛି ଏଭଳି ପୂଜାର ମାହୋଲ। ନାବରାତ୍ରୀକୁ ଅଧିକ ଅଧିକ ଆନନ୍ଦର ସହିତ ପାଳନ କରିବା ପାଇଁ ଯୁବପିଢ଼ିଙ୍କର ଅଭିନବ ପ୍ରୟାସରେ ପ୍ରଥମ ଥର ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜିତ ହୋଇଅଛି ଦାଣ୍ଡିଆ ନାଇଟ୍ସ। ଦାଣ୍ଡିଆ ଗୀତରେ ନାଚିବେ ସାରା ବାଲେଶ୍ୱରବାସୀ । ଲାଇଟ, କ୍ୟାମେରା, ଆକ୍ସନ, ଫୂଡ଼, ଫନ ଏବଂ ମସ୍ତଗି ମହଲରେ ଚାରି ଦିନ ପର୍ଯ୍ୟନ୍ତ ମଜା ନେବେ ସମସ୍ତେ । ଆସନ୍ତା ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ସମୟରେ ଗାନ୍ଧୀ ସ୍ମୃତି ଭବନରେ ଶୁଣାଯିବ ଦାଣ୍ଡିଆର ଧୁନ। ପ୍ରତିଦିନ ସନ୍ଧ୍ୟାରେ ୫ଶହ ଲୋକଙ୍କ ପ୍ରବେଶର ପ୍ରବେଶ କରାଯାଇଅଛି। ଆରଜେ ତୁଷାର ଓ ଡିଜେ ମଣିଷଙ୍କ ସହିତ ଇଲେକ୍ଟ୍ରୋନିକ ମ୍ୟୁଜିକରେ ଝୁମିବାରେ ସୁଯୋଗ ପାଇବେ ସହରବାସୀ। ଏହି ଦାଣ୍ଡିଆ ନାଇଟ୍ସରେ ଫୂଡ଼ ଷ୍ଟଲ , ଫୋଟୋଗ୍ରାଫି ସାଙ୍ଗକୁ ସେଲ୍ଫି ପଏଣ୍ଟର ଭରପୁର ମଜା ଉଠେଇପାରିବେ ।