5T ସଚିବ ଭିକେ ପାଣ୍ଡିଆନଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ, ନିର୍ମାଣାଧୀନ ଅଞ୍ଚଳ ବୁଲି ଦେଖିଲେ

5T ସଚିବ ଭିକେ ପାଣ୍ଡିଆନଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ। କ୍ୟାପିଟାଲ ହସ୍ପିଟାଲ ଭିତ୍ତିଭୂମି ବିକାଶର ସମୀକ୍ଷା କଲେ 5T ସଚିବ। ଟ୍ରୋମା କେୟାର ଓ ସର୍ଜରୀ ବ୍ଲକ ଜୁନିଅର ହଷ୍ଟେଲର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି Iତେବେ ଏହି ଗସ୍ତ ଅବସରରେ ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳୀନ ପଣ୍ଡିତ, ସଚିବ ବୀର ବିକ୍ରମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣଧୀନ ଅଞ୍ଚଳ ବୁଲିବା ସହ ବହୁ ସମୟ ଧରି ଆଲୋଚନା କରିଛନ୍ତି । ଆସନ୍ତା ୨୦୨୩ ସୁଦ୍ଧା ନିର୍ମାଣ କାମ ଶେଷ ହେବ ସୂଚନା ଦେଇଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ସେହିପରି କ୍ୟାପିଟାଲ ହସ୍ପିଟାଲ ପରିସରରେ ୮୦ କୋଟିର ଟ୍ରମା କେୟାର ସେଣ୍ଟର ନିର୍ମାଣ ଚାଲିଛି । ଯାହାକୁ ବୁଲି ଅନୁଧ୍ୟାନ କରିଛନ୍ତି 5T ସଚିବ । ଏହାବ୍ୟତୀତ ୨୮୦ କୋଟି ଟଙ୍କାରେ ନିର୍ମାଣ ଚାଲିଥିବା ପିଜିଆଇ ବ୍ଲକର ମଧ୍ୟ ସାଇଟ୍‌  ବୁଲି ଦେଖିଛନ୍ତି ।

Leave a Reply

Your email address will not be published. Required fields are marked *