ଆଜି ପବିତ୍ର ଉତ୍କଳ ଦିବସ ।

ଓଡିଶା : ଆଜି ହେଉଛି ଉତ୍କଳ ଦିବସ । ପ୍ରଥମ ଭାଷା ଭିତ୍ତିକ ସ୍ଵତନ୍ତ୍ର ରାଜ୍ୟ ଭାବେ ଓଡିଶାକୁ ମାନ୍ୟତା ମିଳିଥିବାରୁ ଆଜିର ଦିନକୁ ଆମେ ଅତି ଆନନ୍ଦର ସହ ଉତ୍କଳ ଦିବସ ରୂପେ ପାଳନ କରିଥାଉ। ଓଡିଶା ଏପରି ଏକ ରାଜ୍ୟ ଯେଉଁଠି ବିଭିନ୍ନ ଜାତି, ବର୍ଣ୍ଣ, ଧର୍ମ,ଭାଷା, ସଂସ୍କୃତି ତଥା ସାମାଜିକ ମୂଲ୍ୟବୋଧ ଭଳି ଅନେକ ବୈଶିଷ୍ଟତାର ସମାହାର ଦେଖିବାକୁ ମିଳେ।୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ମାନ୍ୟତା ମିଳିଥିଲା ।ଓଡ଼ିଶାକୁ ନେଇ ସବୁ ଓଡ଼ିଆ ଗର୍ବିତ।

ଇଂରେଜମାନେ ଓଡ଼ିଶାକୁ ଭାଗଭାଗ କରି ମାଡ୍ରାସ, ମଧ୍ୟପ୍ରଦେଶ, ବିହାର ଓ ବଙ୍ଗରେ ମିଶାଇ ଦେଇଥିଲେ।୧୮୯୫ରେ ସମ୍ବଲପୁରରେ ହିନ୍ଦୀକୁ ସରକାରୀ କାର୍ଯ୍ୟ ଓ ଶିକ୍ଷାର ମାଧ୍ୟମ କରାଯାଇଥିଲା। ଏହା ଶୁଣି ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ ଓଡ଼ିଆ।ଭାଷା ଉପରେ ବିପଦ ସୃଷ୍ଟି ଆଶଙ୍କା କରି ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା।୧୯୦୨ରେ ବାଲେଶ୍ୱର ରାଜା ବୈକୁଣ୍ଠନାଥ ଦେ, ଭାଇସରଏ ଲର୍ଡ କର୍ଜନଙ୍କୁ ଚିଠି ଲେଖି ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ରାଜ୍ୟର ଦାବି କରିଥିଲେ।

୧୯୦୩ରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା।ମଧୁସୁଦନ ଦାସ, ଗୌରୀଶଙ୍କର ରାୟ, ଫକୀର ମୋହନ ସେନାପତି , ରାଧାନାଥ ରାୟ,ବହୁ ଜମିଦାର ଓ ରାଜା ମାନଙ୍କ ସହଯୋଗରେ ଆନ୍ଦୋଳନ ତୀବ୍ର ହୋଇଥିଲା ।ଶେଷରେ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ରୂପେ ମାନ୍ୟତା ପାଇଲା।ଓଡ଼ିଶା ଗଠନରେ ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ପଣ୍ତିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ବଭାବକବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟ ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ।

Leave a Reply

Your email address will not be published. Required fields are marked *