ବିଶ୍ୱାସ ସାମାଜିକ ସଂଗଠନର ନେତ୍ରମ ଆନୁକୂଲ୍ୟରେ ନିଃଶୁକ୍ଳ ଚକ୍ଷୁ ପରୀକ୍ଷଣ ଶିବିର

ଆଜି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଳଂ ପଞ୍ଚାୟତ କାର୍ଯ୍ୟାଳୟରେ ବିଶ୍ୱାସ ସାମାଜିକ ସଂଗଠନର ନେତ୍ରମ ଆନୁକୂଲ୍ୟରେ ଏବଂ LV Prasad Eye Institute ସହଯୋଗରେ ନିଃଶୁକ୍ଳ ଚକ୍ଷୁ ପରୀକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି କାର୍ତ୍ତିକ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶିବିରର ଉଦଘାଟନ କରିଥିଲେ । ଏହି ଶିବିରରେ ଶତାଧିକ ଲୋକ ନିଜର ଚକ୍ଷୁ ପରୀକ୍ଷା କରିଥିବା ବେଳେ ୨୫ ଜଣଙ୍କ ଠାରେ ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା | ବିଶ୍ଵାସ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା ଚନ୍ଦନ ସାହୁ, ଜ୍ୟୋତି ପ୍ରକାଶ ଦେ, ଏବଂ ସୁମିତ୍ରା ପରିଡା ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅତି ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି ।।

Leave a Reply

Your email address will not be published. Required fields are marked *