
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ସହାୟତାରେ ନାଟକ ଓ ସଂସ୍କୃତିର ଅନୁଷ୍ଠାନ “କଳାକାର” ବାଲେଶ୍ୱର ଦ୍ୱାରା “୨୩ତମ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋସବ ୨୦୨୨” ଗତ ୨୦ ସେପ୍ଟେମ୍ବର ରେ ବାଲେଶ୍ୱର ଟାଉନ ହଲରେ ଆୟୋଜିତ ହୋଇଯାଇଛି I ଏହି ନାଟକ ଉତ୍ସବ ରେ ୧୭ଟି ସ୍କୁଲର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି I ଯାତ୍ରା କଳାକୁ ବଞ୍ଚାଇ ରଖିବା ପାଇଁ ଏହା ଏକ ଅଭିନବ ପ୍ରୟାସ ବୋଲି ଅନୁଷ୍ଠାନର ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଦାସ କହିଛନ୍ତି I