Mass cleanliness Drive Awareness କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ଵଚ୍ଛ ଭାରତ ମିଶନ ତରଫ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୫ ରୁ କ୍ଟବେର ୦୨ ପର୍ଯ୍ୟନ୍ତ ଚାଲୁରହିଥିବା ବେଳେ ଗତକାଲି ସଦର ବ୍ଲକର ସ୍ୱାସଙ୍ଗ ଗ୍ରାମ ପଞ୍ଚାୟତରେ Mass cleanliness Drive Awareness କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମାନ୍ୟବର ସଦର ବିଧାୟକ ସ୍ୱରୂପ କୁମାର ଦାସ, ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ,ଜିଲ୍ଲା ପରିଷଦର ସଭ୍ୟାବନାଲାଟ ସେଠୀ, ସଦର ବ୍ଲକ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନରେନ୍ଦ୍ର ଖମାରୀ, ସାସଙ୍ଗ ପଞ୍ଚାୟତର ସରପଞ୍ଚ ମହୋଦୟ ପ୍ରଫୁଲ୍ଲ ଦ୍ୱିବେଦୀ ତଥା ସମସ୍ତ ଗ୍ରାମବାସୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ସଦର ବ୍ଲକର BRC ଓ ମାଷ୍ଟ୍ର ଟ୍ରେନର ମିଳିତ ଭାବରେ କାର୍ଯ୍ୟଟିକୁ ସୁଚାରୁ ରୂପରେ ସମ୍ପାଦନା କରିଥିଲେ I ଏହି ସଭାରେ ମାନ୍ୟବର ସଦର ବିଧାୟକ ମାନ୍ୟବର ସ୍ୱରୂପ ଦାସ ପ୍ଲାଷ୍ଟିକ ମୁକ୍ତ ଅଂଚଳ କିପରି ଗଠନ କରିବା ସେ ବିଷୟରେ ସୁନ୍ଦର ମନ୍ତବ୍ୟ ପ୍ରଦାନ କରିଥିଲେ I

Leave a Reply

Your email address will not be published. Required fields are marked *