ଆଜି ଠାରୁ ଆରମ୍ଭ ହେବ ୫ ଜି ସେବା । ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରୁ ଆରମ୍ଭ ହେବ ୫ ଜି ସେବା

ମୟୁରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ମହାମହିମ ରାଷ୍ଟ୍ରପତି ହେବ ପରେ ବାମନଘଟି ଉପଖଣ୍ଡ ଅଂଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଚାଲୁ ରହିଛି । ଯେଉଁଥିପାଇଁ ରାଷ୍ଟ୍ରପତିଙ୍କ ପୈତୃକ ଗାଁ ଉପରବେଡା ଏବଂ ଶଶୁର ଗାଁ ପାହାଡପୁର ଏବେ ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଛି । ସବୁଠୁ ଖୁସିର ବିଷୟ, ଆସନ୍ତାକାଲି ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗାଁ ବାଦାମପାହାଡ ସନ୍ନିକଟ ପାହାଡପୁରସ୍ଥିତ ରାଷ୍ଟ୍ରପତିଙ୍କ ସ୍ୱାମୀ ଏବଂ ପୁତ୍ରଙ୍କ ସ୍ମୃତିରେ ନିର୍ମିତ ହୋଇଥିବା ଏସଏଲଏସ ଆବାସିକ ବିଦ୍ୟାଳୟ ପରିସରରୁ ଦିନ ୧୧ଟା ବେଳେ ରାଜ୍ୟର ପ୍ରଥମ ୫ଜିମୋବିଲେ ସେବାର ଶୁଭାରମ୍ଭ ହେବାକୁ ଯାଉଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ । ଏହି ୫ଜି ସେବା ୪ଜି ମୋବାଇଲ ସେବାଠାରୁ ପ୍ରାୟ ୧୦ଗୁଣ ଅଧିକ ରହିବ ବୋଲି ଆଶା କରାଯାଉଛି । ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଆଜି ଏହି ସେବାର ଶୁଭାରମ୍ଭ ହେବ ।

Leave a Reply

Your email address will not be published. Required fields are marked *