ପ୍ରତିକୂଳ ପାଗ ପାଇଁ ଫିକା ପଡିଲା ପାର୍ବଣ

ଲଘୁଚାପ ପ୍ରଭାବରେ ରବିବାର ଦିନ ବାଲେଶ୍ୱରରେ ବର୍ଷା ଆରମ୍ଭ ହେଇଯାଇଛି । ଗୋଟିଏ ପଟେ ମାଆ ଦୁର୍ଗାଙ୍କ ଆରାଧନା ଆରମ୍ଭ ହେଉଥିବା ବେଳେ ଅନ୍ୟପଟେ ଆରମ୍ଭ ହୋଇଯାଇଥିଲା ପ୍ରବଳ ବର୍ଷା। ରବିବାର ଦିନ ପାଗ ପରିବର୍ତନ ସାଙ୍ଗକୁ ସକାଳୁ ସକାଳୁ ବର୍ଷା ଆରମ୍ଭ ହେଇଯାଇଥିଲା, ଯାହା ଦ୍ୱାରା ପୂଜା ମାହୋଲ ପୁରା ଫିକା ହେଇଯାଇଥିଲା। ସନ୍ଧ୍ୟା ବେଳେ ବର୍ଷା କମିବା ପରେ ଲୋକମାନେ ମଣ୍ଡପ ବୁଲିବା ଆରମ୍ଭ କରିଥିଲେ। ମାଆଙ୍କ ସପ୍ତମୀ ପୂଜା ପରଦିନ ଘଟ ଉତ୍ତୋଳନ ପର ମାଆଙ୍କ ପୂଜା ଆରମ୍ଭ ହେଇଥିଲା। ବାଲେଶ୍ୱର ସହରର ବିଭିନ୍ନ ମଣ୍ଡପରେ ମାଆଙ୍କ ସପ୍ତମୀ ଅନୁଷ୍ଠିତ ହୋଇଯାଇଛି । ମହାସ୍ନାନ ପରେ ଚକ୍ଷୁଦାନ କରାଯାଇଥିଲା । ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ସମସ୍ତ ମଣ୍ଡପରେ ନୀତିକାନ୍ତି ଅନୁସାରେ ମାଆଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ସମୟରେ ସହରର ବିଭିନ୍ନ ମଣ୍ଡପରେ ସହରବାସୀଙ୍କ ଭିଡ ହୋଇଥିଲା । ବୁଲାବୁଲି ସହିତ ଠାକୁରଙ୍କ ଦର୍ଶନ ମଧ୍ୟ କରିଥିଲେ ସହରବାସୀ । ବାଲେଶ୍ୱରରେ ଦୁଇ ବର୍ଷା ପରେ ବେଶ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା । ଆକର୍ଷଣୀୟ ତୋରଣ ଆଖି ଲାଗିଯାଉଛି । ସୁଉଚ୍ଚ ତୋରଣରେ ଆଖି ପାଉନାହିଁ । ଅନେକ ମଣ୍ଡପରେ ମାଆଙ୍କ ମୂର୍ତି ମଧ୍ୟ ନିଆରା ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ଏଠି ସହିତ ମାଆଙ୍କୁ ସୁନ୍ଦର ଭାବରେ ସାଜସଜ୍ଜା ମଧ୍ୟ କରାଯାଇଛି । ତେବେ ସପ୍ତମୀରେ ବର୍ଷା ଭିଜା ମାଆଙ୍କୁ ଆରାଧନା କରାଯାଇଛି । ଝିପି ଝିପି ବର୍ଷରେ ପୂଜା ପାଇଛନ୍ତି ମାଆ । ପାଣିପାଗ ବିଭାଗ ଅନୁସାରେ ବାଲେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏଏଇଠାରେ ପାର୍ବଣ ଫିକା ପଡିବ ବୋଲି ଲୋକମାନେ ସନ୍ଦେହ କରୁଛନ୍ତି ।

Leave a Reply

Your email address will not be published. Required fields are marked *