ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା: ୩ ବର୍ଷରେ ଗଲାଣି ୬ ବିଧାୟକଙ୍କ ଜୀବନ

ବିଜେଡିର ଅନ୍ୟତମ ଟାଣୁଆ ତଥା ବିଜୁ ବାବୁଙ୍କ ଅମଳରୁ ରାଜନୀତିରେ ସକ୍ରିୟ ଥିବା ଆଉ ଜଣେ ନେତା, ପଦ୍ମପୁରର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ହରାଇଛି ଓଡିଶା । ଚିକିିତ୍ସାଧୀନ ଅବସ୍ଥାରେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ସେ କିଡନୀ ସମେତ ବହୁ ରୋଗରେ ପୀଡିତ ଥିଲେ । ଦେହାନ୍ତ ପରେ ତାଙ୍କ ପ୍ରାର୍ଥୀବ ଶରୀରକୁ ବିଜେଡି କାର୍ଯ୍ୟାଳୟ ନିଆଯାଇଥିଲା । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଦଳୀୟ ନେତା ଓ କର୍ମୀ । ତାପରେ ତାଙ୍କ ମରଶରୀରକୁ ବିଧାନସଭାକୁ ନିଆଯାଇଥିଲା । ସେଠାରେ ବିରୋଧୀ ଦଳ ନେତାଙ୍କ ସମେତ, ବହୁ ମନ୍ତ୍ରୀ ଓ ବିଧାୟକ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଭାବେ ପାଂଚ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ରେ ହାରି ଯାଇଥିଲେ କିନ୍ତୁ ୨୦୧୯ରେ ସେ ପୁଣି ଥରେ ବିଜୟୀ ହୋଇ ବିଧାନସଭାକୁ ଆସିଥିଲେ ।

୨୦୧୯ ସାଧାରଣ ନିର୍ବାଚନ ପରେ ୬ଜଣ ବିଧାୟକଙ୍କର ଦେହାନ୍ତ ହୋଇଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ବିଧାୟକମାନଙ୍କର ଦେହାନ୍ତ ହୋଇଛି ସେମାନଙ୍କ ବୟସ ବିଶେଷ ଅଧିକ ହୋଇନଥିଲା । ହେଲେ, ବିଭିନ୍ନ ରୋଗରେ ପୀଡିତ ହେବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *