ମଝି ଆକାଶରେ ବୋମା ଭୟ। ଚାଇନାରେ ବିମାନ କଲା ଅବତରଣ।

ଆକାଶରେ ଉଡୁଥିଲା ବିମାନ । ହଠାତ୍ ବିମାନରେ ବୋମା ଥିବା ନେଇ ଆସିଲା ସୂଚନା । ଇରାନର ତେହେରାନରୁ ଚୀନର ଗୁଆଙ୍ଗଝୁ ଯାଉଥିଲା ମହାନ ଏୟାରଲାଇନ୍ସର ଯାତ୍ରୀବାହୀ ବିମାନ ଡବ୍ଲ୍ୟୁ୫୮୧ । ବିମାନରେ ବୋମା ଥିବା ନେଇ ଖବର ଜାଣବା ପରେ ଭୟଭୀତ ହୋଇପଡିଥିଲେ ଯାତ୍ରୀ । ସେତେବେଳକୁ ବିମାନଟି ଭାରତୀୟ ଆକାଶରେ ପ୍ରବେଶ କରିସାରିଥିଲା । ପାଇଲଟ ବିମାନକୁ ଦିଲ୍ଲୀରେ ଅବତରଣ କରିବାକୁ ଅନୁମତି ମାଗିଥିଲେ । କିନ୍ତୁ ଦିଲ୍ଲୀ ବଦଳରେ ବିମାନକୁ ଜୟପୁର ଓ ପରେ ଚଣ୍ଡିଗଡ଼ରେ ଅବରତଣ କରିବାକୁ କହିଥିଲା ଦିଲ୍ଲୀ ଏଟିସି । କିନ୍ତୁ ପାଇଲଟ ଏହି ଦୁଇ ବିମାନବନ୍ଦରରେ ଅବତରଣ ନକରି ଚୀନ ଅଭିମୁଖେ ଚାଲିଯାଇଥିଲା ।

ସୋମବାର ସକାଳ ୯ ଟା ୨୦ରେ ଇରାନରୁ ଆସୁଥିବା ଏହି ବିମାନରେ ବୋମା ଥିବା ନେଇ ଦିଲ୍ଲୀ ପୁଲିସ ଡିଜିସିଏକୁ ସୂଚନା ଦେଇଥିଲା । ତେଣୁ ଦିଲ୍ଲୀ ଏଟିସି ବିମାନକୁ ଦିଲ୍ଲୀ ପରିବର୍ତେ ଜୟପୁର ଏବଂ ପରେ ଚଣ୍ଡିଗଡ଼ରେ ଅବତରଣ କରିବାକୁ କହିଥିଲା । କିନ୍ତୁ ପାଇଲଟ ଏହି ଦୁଇ ବିମାନବନ୍ଦରରେ ଅବତରଣ କରିବା ପରିବର୍ତେ ଭାରତୀୟ ଏୟାରସ୍ପେଶରୁ ଚୀନ ଆଡକୁ ମୁହାଁଇଥିଲା । ତେବେ ଯେଉଁ ବିମାନ ଦିଲ୍ଲୀରେ ଅବତରଣ କରିବାକୁ ଚାହୁଁଥିଲା ସେ ଜୟପୁର ଏବଂ ଚଣ୍ଡିଗଡ଼ରେ କାହିଁକି ଅବତରଣ ନ କରି ଚାଲିଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିନ୍ତୁ ଇରାନ ଏଜେନ୍ସି ବିମାନରେ ବୋମା ଥିବା ଖବରକୁ ଖଣ୍ଡନ କରିଛି । ବାସ୍ତବରେ ବିମାନରେ ବୋମା ଥିଲା କି ନାହିଁ ସେଇଟା ଅଲଗା କଥା କିନ୍ତୁ ବିମାନଟି କାହିଁକି ଦିଲ୍ଲୀରେ ଅବତରଣ କରିବାକୁ ଚାହୁଁଥିଲା ତାହା ଉପରେ ତଦନ୍ତ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *