ତିଲେଇମାଲ ହାତୀ ମୃତ୍ୟୁ ଘଟଣା, ବନବିଭାଗର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

୭/୧୦: କୁଚିଣ୍ଡା ତିଲେଇମାଲ ହାତୀ ମୃତ୍ୟୁ ଘଟଣାର ବ୍ଯବଚ୍ଛେଦ ରିପୋର୍ଟ ଆସିନି । ହେଲେ ବିଷକ୍ରିୟାରେ ହାତୀ ମୃତ୍ୟୁ ଘଟଣାକୁ କେହି ବି ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ସାମାନ୍ୟ କୀଟନାଶକ ଔଷଧ ସିଂଚନ ହୋଇଥିବା ଧାନ ଫସଲ ଖାଇ ଯେ ଏକା ସାଙ୍ଗରେ ୨ଟି ଗଜରାଜଙ୍କ ମୃତ୍ୟୁ ହେବ ତାହା ବିଶ୍ୱାସ ହେଉନାହିଁ ।

କୀଟନାଶକ ଔଷଧ ସିଂଚନ ହୋଇଥିବା ଧାନ ଫସଲ ଖାଇଥିଲେ ୨୨ଟି ହାତୀ । ହେଲେ ୨ଟି ହାତୀର ମୃତ୍ୟୁ ଘଟିବା ଓ ୨୦ଟି ହାତୀ ସୁରକ୍ଷିତ ରହିବା କିଛି ଅଲଗା ଦିଗକୁ ଇଙ୍ଗିତ କରୁଛି । ଯାହାକୁ ଜାଣି ଅଜଣା ହେଉଛି ବନ ବିଭାଗ । ମୃତ୍ୟୁର କାରଣ ଓ କୀଟନାଶକ ସେବନ ବୀପରିତ ଦିଗକୁ ମୁହାଁଉଛି । ଫଳରେ ଏହାର ପ୍ରକୃତ ସତ୍ୟଠୁ ଦୂରେଇ ଯାଉଛି କି ବିଭାଗ ।

Leave a Reply

Your email address will not be published. Required fields are marked *