ଆଜି ୯୦ତମ ବାୟୁସେନା ପ୍ରତିଷ୍ଠା ଦିବସ। ପ୍ରଥମ ଥର ପାଇଁ ଦିଲ୍ଲୀରୁ ବାହାରେ ଚଣ୍ଡିଗଡରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ଆଜି ୯୦ତମ ବାୟୁସେନା ପ୍ରତିଷ୍ଠା ଦିବସ । ବାୟୁସେନାର ଇତିହାସରେ ପ୍ରଥମ ଥର ପାଇଁ ହେଡକ୍ୱାର୍ଟର ଦିଲ୍ଲୀରୁ ବାହାରେ ଚଣ୍ଡିଗଡରେ ଆୟୋଜିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପ୍ରତିବର୍ଷ ବାୟୁସେନା ଦିବସରେ ଦିଲ୍ଲୀ ହିଣ୍ଡନ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଚଣ୍ଡିଗଡରେ ସମସ୍ତ ଆୟୋଜନ କରାଯାଇଛି । ଚଣ୍ଡିଗଡର ସୁକନା ଲେକ ଉପରେ ଶକ୍ତି ପ୍ରଦର୍ଶନ କରିବ ବାୟୁସେନା ।

ଏହି କାର୍ଯ୍ୟକ୍ରମରେ ୩ସେନାର ମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମିଲ ହେବେ । ଚଣ୍ଡିଗଡରେ ପ୍ରାୟ ଦୁଇ ଘଂଟା ଧରି ବାୟୁସେନା ଫ୍ଲାଏ ପାଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *