ମହାରାଷ୍ଟ୍ର ନାସିକରେ ଯାତ୍ରୀବାହି ବସରେ ଅଗ୍ନିକାଣ୍ଡ। ଜୀବନ୍ତ ଜଳିଗଲେ ୧୦ଜଣ, ୩୨ଜଣ ଗୁରୁତର ଆହତ।

ମହାରାଷ୍ଟ୍ର ନାସିକରେ ଯାତ୍ରୀବାହି ବସରେ ଭୟାବହ ଅଗ୍ନିକାଣ୍ଡ । ଜୀବନ୍ତ ଜଳିଗଲେ ୧୦ଜଣ, ୩୨ରୁ ଅଧିକ ଗୁରୁତର ଆହତ । ସୂଚନା ଅନୁସାରେ ଭୋର ୫ଟା ବେଳେ ଔରଙ୍ଗାବାଦ ରୋଡରେ ନାସିକର ନାନ୍ଦୁର ନାକା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ବସଟି ଏକ କଂଟେନର ସହ ଧକ୍କା ହେବା ପରେ ବସ୍ରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ୧୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ନେଇ ଏବେବି ସ୍ପଷ୍ଟ ହୋଇନଥିବା ପୁଲିସ କହିଛି । ଦୁର୍ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଏହାସହ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।

Leave a Reply

Your email address will not be published. Required fields are marked *