ଭାରତୀୟ ହକି ପ୍ରେମୀଙ୍କ ପାଇଁ ଗୌରବର କଥା। ଲଗାତର ଦ୍ୱିତୀୟ ବର୍ଷ ପାଇଁ ଶ୍ରେଷ୍ଠ ଖେଳାଳି ହେଲେ ହରମନପ୍ରୀତ ସିଂ।

ଭାରତୀୟ ହକି ପ୍ରେମୀଙ୍କ ପାଇଁ ଗୌରବର କଥା । ଭାରତୀୟ ହକି ଖେଳାଳି ହରମନପ୍ରୀତ ସିଂ ବର୍ଷର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଅନ୍ତର୍ଜାତୀୟ ହକି ମହାସଂଘ, ଏଫଆଇଏଚ୍ ଏନେଇ ଶୁକ୍ରବାର ଘୋଷଣା କରିଛି । ଆହୁରି ଖୁସିର କଥା ହେଲା, ଲଗାତର ଦ୍ୱିତୀୟ ବର୍ଷ ପାଇଁ ହରମନପ୍ରୀତଙ୍କୁ ଏହି ପୁରସ୍କାର ମିଳିଛି ।

୨୬ ବର୍ଷୀୟ ହରମନପ୍ରୀତ ଭାରତୀୟ ଦଳର ଉପଅଧିନାୟକ ଅଛନ୍ତି । ଖେଳପଡ଼ିଆରେ ଜଣେ ବିଚକ୍ଷଣ ଡିଫେଣ୍ଡର ଭାବେ ତାଙ୍କର ବେଶ୍ ପ୍ରସିଦ୍ଧି ରହିଛି । ଶ୍ରେଷ୍ଠ ଖେଳାଳି ଦୌଡ଼ରେ ଅନ୍ୟ ଦୁଇ ଜଣ ବିଦେଶୀ ଖେଳାଳି ଥିଲେ ବି ବହୁ ପଏଂଟ ଆଗରେ ରହି ପୁରସ୍କାର ଜିତିନେଇଛନ୍ତି ଏହି ଭାରତୀୟ ଖେଳାଳି ।

Leave a Reply

Your email address will not be published. Required fields are marked *