ଜିଲ୍ଲାରେ ୧୩୦ ପଜିଟିଭ ଚିହ୍ନଟ । ପାର୍ବଣରେ ବଢିଚାଲିଛି ଡେଙ୍ଗୁ

ବାଲେଶ୍ୱରରେ ବୃଦ୍ଧି ପାଉଛି ଡେଙ୍ଗୁ ପଜିଟିଭ ରୋଗୀ । ଚଳିତବର୍ଷ ଜୁନ ମାସ ସୁଦ୍ଧା ଜଣେ ବି ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜୁନ ମାସ ପରଠୁ ବୃଦ୍ଧି ପାଉଛି ପଜିଟିଭ ସଂଖ୍ୟା । ଗତ ସେପ୍ଟେମ୍ବର ମାସ ୨୩ ସୁଦ୍ଧା ବାଲେଶ୍ୱରରେ ୫୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବର୍ତମାନ ଏହି ସଂଖ୍ୟା ୧୩୦ରେ ପହଂଚିଛି । ସେପ୍ଟେମ୍ବର ୩୦ ସୁଦ୍ଧା ୧୨୨ ଜଣ ରୋଗୀ ଚିହ୍ନଟ ହୋଇଥିଲେ । ଆଜି ସୁଦ୍ଧା ୧୩୦ ଡେଙ୍ଗୁ ରାଗୁ ଚିହ୍ନଟ ହୋଇଥିବା ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟର ଜାତୀୟ ଭେକଟର ବହିଟା ରୋଗ ନିୟନ୍ତ୍ରଣ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଏହି ୧୩୦ ଡେଙ୍ଗୁ ପଜିଟିଭଙ୍କ ମଧ୍ୟରୁ ଅଧିକ ବାହାରୁ ଆସିଥିବା ରୋଗୀଙ୍କ ସଂଖ୍ୟା ଅଧିକ ବୋଲି ଜଣ ପଡିଛି ।ପାର୍ବଣ ସମୟରେ ହିଁ ଡେଙ୍ଗୁ ରିଂଗ ଅଧିକ ବ୍ୟାପିବାରେ ଲାଗିଛି । ନିକଟରେ ଦୁର୍ଗା ପୂଜା ଶେଷ ହୋଇଛି । ବାହାରୁ ଆସିଥିବା ଲୋକଙ୍କ ସଂଖ୍ୟା ବାଲେଶ୍ୱରରେ ବୃଦ୍ଧି ପାଇଛି ।

ସେମାନଙ୍କ ମଧ୍ୟରୁ ଅଧିକ ଡେଙ୍ଗୁ ରୋଗୀ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟିଛି । ବର୍ତମାନ ସୁଦ୍ଧା ୧୩୦ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୮୦ ଜଣ ସ୍ଥାନୀୟ ସଂକ୍ରମଣ ଏବଂ ୫୦ ଜଣ ମାଇଗ୍ରୋଟ୍ରୋରି କେସ ବୋଲି ଜଣାପଡିଛି । ଅନ୍ୟପଟେ ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ୪୦ଟି ଶଯ୍ୟା ରହିଥିବା ବେଳେ ରୋଗୀ ସଂଖ୍ୟା କିନ୍ତୁ ଅଧିକ । ପ୍ରତିଦିନ ପ୍ରାୟ ୬୦ ଜଣଙ୍କର ନମୁନା ପରୀକ୍ଷା କରାଯାଉଛି । ବର୍ତମାନ ସୁଦ୍ଧା ୩ ହଜାର ୨ ଶହ ନମୁନା ପରୀକ୍ଷା କରାଯାଉଛି । ବିଶେଷକରି ଭୁବନେଶ୍ୱର, ହାଇଦ୍ରାବାଦ, ଓ କଲିକତାରୁ ଆସୁଥିବା ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି । ବିଶେଷକରି ବାଲେଶ୍ୱର ଜିଲ୍ଲାର ବାଲିଆପାଳରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ବାହାରୁ ଆସୁଥିବା ଲୋକଙ୍କୁ ଜ୍ୱର ହୋଇଥିଲେ ମଶାରୀ ଭିତରେ ରହିବାକୁ କୁହାଯାଉଛି । ତେବେ ଶୀଘ୍ର ସଚେତନତା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମସ୍ତରରେ ଗୋଷ୍ଠୀ ଜ୍ୱର ରୋଗ ପାଇଁ ପରୀକ୍ଷା କରାଯାଉଛି । ଯାହାଦ୍ୱାରା ଦୁଇଟି ସ୍ଥାନରେ ମାମଲାଗୁଡ଼ିକ ଶୀଘ୍ର ଚିହ୍ନଟ କରିବାରେ ସକ୍ଷମ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ବିଶେଷକରି ସନ୍ଦିଗ୍ଧ ଯଥା ବାଲିଆପାଳ, ଭୋଗରାଇ, ବାଲେଶ୍ୱର ଏବଂ ରେମୁଣା ଅଂଚଳରୁ ପରୀକ୍ଷା କରାଯାଉଛି । ଯାହା ଦ୍ୱାରା ଆଉଟବ୍ରେକ ହେବ ଆଗରୁ ଜଣା ପଡ଼ିଯିବ ଏବଂ କଣ୍ଟନମେଣ୍ଟ ମେଜର ନିଆଯାଇପାରିବ । ଯେଉଁଥିପାଇଁ ଡେଙ୍ଗୁ ରାଗୁ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇଛି । ମୟୁରଭଞ୍ଜର କିଛି ଅଂଶ ଯାହା ବାଲେଶ୍ୱରକୁ ଲାଗିଛି ସେହି ଅଂଚଳରୁ କିଛି ମାମଲା ଚିହ୍ନଟ ହୋଇଥିବାରୁ ବିଭାଗ ପକ୍ଷରୁ ସକ୍ରିୟ ଭାବରେ ମୟୁରଭଞ୍ଜ ସହିତ ଲାଗିଥିବା ବାଲେଶ୍ୱରର ପାଶ୍ୱବର୍ତୀ ଗ୍ରାମରୁ ନମୁନା ସଂଗ୍ରହ କରାଯାଇଛି । ଦୁଇ ଜିଲ୍ଲା ଏକତ୍ରିତ ଭାବେ କାମ କରି ବାଲେଶ୍ୱର ଓ ମୟୁରଭଞ୍ଜର କିଛି ଗ୍ରାମରେ ଫୋଗିଙ୍ଗ ଅପରେସନ କରାଯାଇଛି । ଏପରି ସମୟରେ ସହରର ଓଭରବ୍ରିଜ ତଳର ସ୍ଥିତିକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରାଯାଇଛି । ବିଶେଷକରି ଫକୀରମୋହନ ଗୋଲେଇ ନିକଟ ଓଭରବ୍ରିଜ ତଳେ ବର୍ଷ ପାଣି ଜମାଟ ହୋଇ ରହିଛି । ଯାହା ଡେଙ୍ଗୁ, ମେଲେରିଆ ମଶାଙ୍କର ବଂଶ ବିସ୍ତାର ପାଇଁ ପ୍ରକୃଷ୍ଠ ସ୍ଥାନ ବୋଲି କୁହାଯାଇଛି । ଏହା ସହରର ମୁଖ୍ୟ ସ୍ଥଳ । ତେଣୁ ଏଦିଗରେ ଧ୍ୟାନ ଦେବାକୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *