ଜମି ବଦଳରେ ରେଲୱେ ଚାକିରି : ଲାଲୁ ଯାଦବଙ୍କ ସହ ୧୬ ଜଣଙ୍କ ବିରୋଧରେ ସିବିଆଇ ଦାଏର କଲା ଚାର୍ଜସିଟ୍

ରେଳମନ୍ତ୍ରୀ ଥିବାବେଳେ ଲାଲୁ ଯାଦବ ପାଟଣାର ୧୨ଜଣଙ୍କୁ ବେଆଇନ ଭାବେ ରେଲୱେରେ ନିଯୁକ୍ତି ଦେଇଥିବା ଅଭିଯୋଗରେ ସିବିଆଇ ଚାର୍ଜସିଟ ଦାଏର କରିଛି । ଏମାନ୍ଭକୁ ଯୋଗ୍ୟତା ନଥାଇ, ବିନା ପରୀକ୍ଷାରେ ଗ୍ରୁପ୍ ଡିରେ ନିଯୁକ୍ତି ଦେଇଛନ୍ତି । ଏହା ପ୍ରତିବଦଳରେ ପାଟଣାରେ ସେମାନଙ୍କର ଜମିକୁ ନିଜର ଓ ନିଜ ପରିବାର ଲୋକଙ୍କ ନାଁରେ ରେଜେଷ୍ଟ୍ରି କରାଇଛନ୍ତି । ଏବଂ ସେହି ସମୟରେ ଜମିର ସାମାନ୍ୟ ମୂଲ୍ୟ ବାବଦରେ ସେମାନଙ୍କୁ କିଛି ଟଙ୍କା ଦେଇଥିବା ଅଭିଯୋଗ ହୋଇଛି ।

ବେଆଇନ ଭାବେ ନିଯୁକ୍ତି ପାଇଥିବା ଲୋକଙ୍କଠାରୁ ନିଆଯାଇଥିବା ଜମିକୁ ନିଜ ପତ୍ନୀ ରାବଡି ଦେବୀ, ଝିଅ ମୀସା ଭାରତୀ ଓ ହେମା ଯାଦବଙ୍କ ନାଁରେ ରେଜେଷ୍ଟ୍ରି କରାଇନେଇଛନ୍ତି । ସେମାନଙ୍କ ବିରୋଧରେ ମଧ୍ୟ ସିବିଆଇ ଚାର୍ଜସିଟ ଦାଏର କରିଛି । ଏହି ବେଆଇନ ନିଯୁକ୍ତିରେ ଯେଉଁ ରେଲୱେ ଅଧିକାରୀ ସାମିଲ ଅଛନ୍ତି ସେମାନଙ୍କ ନାଁରେ ମଧ୍ୟ ଚାର୍ଜସିଟ ଦାଏର ହୋଇଛି । ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟରେ ଏହି ଚାର୍ଜସିଟ ଦାଖଲ କରାଯାଇଥିଲେ ବି କୌଣସି କାରଣରୁ ଜଜ୍ ଅନୁପସ୍ଥିତ ଥିବାରୁ ଏହା ଉପରେ ବିଚାର ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *