ପୋଲିସ ଗାଡି ଓ ଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ପୋଲିସ କର୍ମଚାରୀ ସମେତ ୩ ଗୁରୁତର

ପୋଲିସ ଭ୍ୟାନ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା । ଦୁଇ ପୋଲିସ କର୍ମୀଙ୍କ ସମେତ ଜଣେ ବୃଦ୍ଧା ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ବାରିପଦା ନିକଟ ପାଲବଣି ପାଖରେ ଘଟିଛି ଏହି ଦୁର୍ଘଟଣା ।   

ଖବର ଅନୁଯାୟୀ, କୃଷ୍ଣଚନ୍ଦ୍ରପୁର ଫାଣ୍ଡିର ଗାଡି ରାଜପଥରେ ରଙ୍ଗ ରୁଟ୍‌ରେ ଆସୁଥିଲା । ଏହି ସମୟରେ ଏକ ଘୁଷୁରି ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା । ଯାହାଫଳରେ ଜଣେ ମହିଳା ଓ ପୁରୁଷ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହାସହିତ ଜଣେ ବୃଦ୍ଧା ମଧ୍ୟ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର ଆମ୍ବୁଲାନ୍ସ ଯୋଗେ ବାରିପଦା ପିଆରଏମ୍‌ ମେଡିକାଲକୁ ପଠାଯାଇଛି । ତେବେ ରାସ୍ତାରେ ଡାଇଭର୍ସନ ଲେଖା ନଥିବା ଯୋଗୁଁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହୁଛନ୍ତି ।

Leave a Reply

Your email address will not be published. Required fields are marked *