ଆଠଗଡ଼ ଭିରୁଡ଼ାରେ ଅବକାରୀ ବିଭାଗର ଚଢ଼ାଉ, ଶହଶହ ଲିଟର ଦେଶୀ ମଦ ଜବତ

ତିଗିରିଆ ଆଠଗଡ଼ ଭିରୁଡ଼ାରେ ଅବକାରୀ ବିଭାଗର ଚଢ଼ାଉ । ଦୁଇମହଲା ଘରୁ ବାହାରିଲା ଚୋରାରେ ବିକ୍ରି ପାଇଁ ରଖାଯାଇ ଥିବା ଶହଶହ ଲିଟର ଦେଶୀ ମଦ ।

ସୁଚନା ମୁତାବକ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମର ବିଭିନ୍ନ ସ୍ଥାନରେ ଆଠଗଡ଼ ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ସ୍କ୍ୱାଡର ମିଳିତ ଚଢ଼ାଉ । ଦୁଇ ମହଲା ଘରୁ ବାହାରିଲା ଶହ ଶହ ଲିଟର ମଦ । ଅବକାରୀ ବିଭାଗ ନଷ୍ଟ କରିଛି ହଜାର ହଜାର ଲିଟର ପୋଚ ।

ଅବକାରୀ ବିଭାଗର ମିଳିତ ଚଢାଉ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ନଷ୍ଟ କରାଯାଇଛି ।ଶନିବାର ଜିଲା ଅବକାରୀ ବିଭାଗ ଅଧିକାରୀ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶରେ ସେଣ୍ଟ୍ରାଲ ଅବକାରୀ ସ୍କ୍ୱାର୍ଡ, ଆଠଗଡ ଅବକାରୀ ବିଭାଗ, ନରସିଂହପୁର ଅବକାରୀ ବିଭାଗ ଓ ତିଗିରିଆ ପୋଲିସର ମିଳିତ ସହଯୋଗରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ଅବକାରୀ ବିଭାଗ ପକ୍ଷରୁ ଶହଶହ ଲିଟର ଗୁଡ ପୋଚ ଓ ଦେଶୀ ମଦ ଜବତ କରିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ଅସବାପତ୍ରକୁ ଘଟଣା ସ୍ଥଳରେ ନଷ୍ଟ କରିଦିଆଯାଇଥିଲା । ଚଢାଉ ସମୟରେ କୌଣସି ମଦ ମାଫିଆ ଗିରଫ ହୋଇନଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *