ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୯ କୋଭିଡ୍ ପଜିଟିଭ୍

 ୧୦।୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୬ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୩ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪୯୫୫କୁ ବୃଦ୍ଧି ପାଇଛି ।

ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୧୦ଜଣ, ବରଗଡ଼ ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୨ଜଣ, ଗଞ୍ଜାମ ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ ୩ଜଣ, ଯାଜପୁର ଜିଲ୍ଲାରୁ ୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୧୩ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମାଲକାନଗିରି ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୂଆପଡ଼ା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୧୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ଜଣ, ଷ୍ଟେଟ ପୁଲ୍‌ରୁ ୩ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୪୯୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୫୯୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୨୫୧୧୧ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୩୬୬୦୫୬୧ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave a Reply

Your email address will not be published. Required fields are marked *