ୟୁକ୍ରେନରେ ଏୟାର ଆଲର୍ଟ ଜାରି, ଋଷର ମିଶାଇଲ ମାଡରେ ୧୩ ମୃତ ଓ ୮୯ ଆହତ

୧୦/୧୦: ଫେବୃଆରୀ ୨୪ରୁ ଜାରି ରହିଛି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଋଷର ଆକ୍ରମଣ ଦ୍ୱାରା ୟୁକ୍ରେନର ଅନେକ ସହର ମାଟିରେ ମିଶିଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଋଷର ସୈନ୍ୟମାନେ ୟୁକ୍ରେନର ଦକ୍ଷିଣ ପୂର୍ବ ଜାପୋରିଜିଆ ଉପରେ ମିସାଇଲ ଆଟାକ୍ କରିଛନ୍ତି । ଏହି ଆଟାକ୍ ଆପାର୍ଟମେଣ୍ଟ ବ୍ଲକ ଏବଂ ଆବାସିକ ଅଞ୍ଚଳରେ କରାଯାଇଛି । ଫଳରେ ସାରା ୟୁକ୍ରେନରେ ଏୟାର ଆଲର୍ଟ ଜାରି କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଜାପୋରିଜିଆରେ କ୍ଷେପଣାସ୍ତ୍ର ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୮୯ ଜଣ ଆହତ ହୋଇଛନ୍ତି । ରବିବାର ଦିନ ଜାପୋରିଜିଆରେ ଏହି ଆଟାକ୍ ହୋଇଥିଲା । ଗତ ତିନି ଦିନ ମଧ୍ୟରେ ଏହି ଆକ୍ରମଣ ହେଉଛି ଦ୍ୱିତୀୟ ବଡ ଆକ୍ରମଣ । ଏଜେନ୍ସି ଅନୁଯାୟୀ, ଋଷର ବିମାନ ଅତି କମରେ ୧୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟଗୁଡିକରେ ଏହି ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣରେ ହାଇରାଇଜ୍ ଆପାର୍ଟମେଣ୍ଟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ୟୁକ୍ରେନ ଅଧିକାରୀ କହିଛନ୍ତି ଯେ ଋଷର ସୈନ୍ୟଙ୍କ ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୯ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *