ମୁଲାୟମଙ୍କ ବିୟୋଗରେ ଶୋକ: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଦୁଃଖ

୧୦/୧୦: ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ଗୁରୁଗ୍ରାମରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ପରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ୱିଟ କରି ନିଜର ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ମୁଲାୟମ ସିଂହ ଯାଦବଙ୍କ ନିଧନ ସାରା ଦେଶ ପାଇଁ ଅପୂରଣୀୟ କ୍ଷତି । ସାଧାରଣ ପରିବେଶରୁ ଆସିଥିବା ମୁଲାୟମଙ୍କ ବ୍ୟକ୍ତିତ୍ୱ ଅତି ଅସାଧାରଣ । ତାଙ୍କର ବିୟୋଗରେ ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା ।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜର ଦୁଃଖ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ମୁଲାୟମ ଜୀ ୟୁପି ଏବଂ ରାଷ୍ଟ୍ରୀୟ ରାଜନୀତିରେ ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ରକ୍ଷା ମନ୍ତ୍ରୀ ଭାବେ ସେ ମଜଭୁତ ଭାରତ ପାଇଁ ବହୁତ ଭଲ କାମ କରିଛନ୍ତି ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୁଲାୟମଙ୍କ ବିଯୋଗରେ ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହି ଖବର ଜାଣିବା ପରେ ମୁଁ ବହୁତି ଦୁଃଖୀତ । ଦଳିତଙ୍କ ଉନ୍ନତୀରେ ସମାଜବାଦୀ ନେତାଙ୍କ ଯୋଗଦାନ ସର୍ବଦା ମନେରହିବ । ଶୋକସନ୍ତପ୍ତ ପରିବାରକୁ ମୋର ଦୁଃଖ ଓ ସମବେଦନା । ପ୍ରଭୁ ତାଙ୍କର ଅମର ଆତ୍ମାର ସଦଗତି କରନ୍ତିୁ ଏହାହିଁ ମୋର ପ୍ରାର୍ଥନା ।

ସେହିଭଳି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମୁଲାୟମଙ୍କ ବିୟୋଗରେ ଶୋକ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *