ଉଜ୍ଜୟିନୀର ମହାକାଳ କରିଡର : ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

 ଆଜି ପ୍ରଧାନମନ୍ତ୍ରୀ ଉଜ୍ଜୟିନୀର ମହାକାଳ କରିଡରର ଉଦଘାଟନ କରିବେ । ମହାକାଳେଶ୍ୱର ମନ୍ଦିର କରିଡର ବିକାଶ ପାଇଁ ମୋଟ ୮୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ମନ୍ଦିର ଭାରତର ୧୨ ଜୋର୍ତିଲିଙ୍ଗ ମଧ୍ୟରୁ ଅନ୍ୟତମ । ୯୦୦ ମିଟର ଲମ୍ବର ଏହି କରଡରରେ ଭଗବାନ ଶିବ ଏବଂ ପାର୍ବତୀଙ୍କ ୨ ଶହ ମିଟର ମୃତି ରହିବ ।

ମଧ୍ୟପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତିର ବିକାଶ ପାଇଁ ଏହି ପ୍ରକଳ୍ପ କରାଯାଇଛି । ତେବେ ଆଜି ମୋଦୀ ଏହାର ପ୍ରଥମ ପର୍ଯ୍ୟାୟର ପ୍ରକଳ୍ପକୁ ଉଦଘାଟନ କରିବେ । ଏହି ପ୍ରକଳ୍ପରେ ପ୍ରବେଶ ପଥ ସବୁଠୁ ଅଧିକ ସୁସଜ୍ଜିତ କରାଯାଇଛି । ପାକିଂ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ଏହି କରିଡରରେ ରହିଛି । ଏହି ପ୍ରକଳ୍ପରେ ବିଦ୍ୟୁତଚାଳିତ ଯାନ, ଜରୁରୀକାଳୀନ ସୁବିଧା, ରହିବାର ସୁବିଧା, ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *