କାର୍ତ୍ତିକ ବ୍ରତ ଆରମ୍ଭ : ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ

 ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ ଆରମ୍ଭ । ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ବର୍ଷରେ ଆସୁଥିବା ପ୍ରତ୍ୟେକ ମାସର ଭିନ୍ନ ଭିନ୍ନ ମହତ୍ୱ ରହିଥାଏ । ଏହି ସବୁ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ ହେଉଛି କାର୍ତ୍ତିକ ମାସ । କାର୍ତ୍ତିକ ମାସରେ ବ୍ରତ ପାଳନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ହିନ୍ଦୁ ମାନଙ୍କର ବିଶ୍ୱାସ ରହିଛି । ଏଥିପାଇଁ ପୁରୀରେ ହବିଷ୍ୟାଳିମାନଙ୍କ ଭିଡ ଜମିଛି । ହଜାର ହଜାର ସଂଖ୍ୟାର ହବିଷ୍ୟାଳି ପୁରୀର ମଠ ବାଡି ଏବଂ ହବିଷ୍ୟାଳି ଶିବିର ପାଖରେ ଭିଡ ଜମାଇଛନ୍ତି।

ଗତ ୬ ତାରିଖରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ନୀତିକାନ୍ତି ଆରମ୍ଭ ହୋଇସାରିଛି । ଏହି ଅବସରରେ ମହାପ୍ରଭୁ ଦୈନିକ ସକାଳ ସାଢ଼େ ୬ଏଥିପାଇଁ ପୁରୀରେ ହବିଷ୍ୟାଳିମାନଙ୍କ ଭିଡ ଜମିଛି । ହଜାର ହଜାର ସଂଖ୍ୟାର ହବିଷ୍ୟାଳି ପୁରୀର ମଠ ବାଡି ଏବଂ ହବିଷ୍ୟାଳି ଶିବିର ପାଖରେ ଭିଡ ଜମାଇଛନ୍ତି । 4ଟାରୁ ସାଢ଼େ ୭ଟା ଭିତରେ ରାଇଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ସେହିଭଳି ଦୈନିକ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୦ଟା ଭିତରେ ବାଳଧୂପ ନୀତି ସମ୍ପନ୍ନ ହେବ ବୋଲି ଚୂଡ଼ାନ୍ତ ହୋଇଛି । କାର୍ତ୍ତିକ ମାସରେ ପ୍ରତିଦିନ ‌ଭୋର ୪ଟାରେ ଦ୍ବାରଫିଟା ନୀତି ସମ୍ପନ୍ନ କରିବାକୁ ବି କୁହାଯାଇଛି । ଦୈନନ୍ଦିନ ନୀତିକାନ୍ତି ପରେ ରାତି ୧୨ଟା ସୁଦ୍ଧା ପହୁଡ଼ କରିବାକୁ ପରିଚାଳନା କମିଟି ବୈଠକରେ ଚୂଡ଼ାନ୍ତ ହୋଇଛି ।

Leave a Reply

Your email address will not be published. Required fields are marked *