ଦକ୍ଷିଣ ଆଫ୍ରିକା ବିରୋଧରେ ଶେଷ ଦିନିକିଆ ଜିତି ସିରିଜ ହାତେଇଲା ଭାରତ : ୭ ୱିକେଟରେ ବିଜୟୀ ହେଲା ଟିମ୍ ଇଣ୍ଡିଆ

ଦକ୍ଷିଣ ଆଫ୍ରିକା ବିରୋଧରେ ଶେଷ ଦିନିକିଆ ସହଜରେ ଜିତିନେଇଛି ଟିମ୍ ଇଣ୍ଡିଆ । ଏଥିସହ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତନି ନେଇଛି ଭାରତର ଦ୍ୱିତୀୟ ଟିମ୍ । ଖରାପ ବ୍ୟାଟିଂ ଯୋଗୁ ଦକ୍ଷିଣ ଆଫ୍ରିକା ଟିମ୍ ପ୍ରଥମେ ବ୍ୟାଟିଂ କରି ୧୭ ଓଭର ଗୋଟିଏ ବଲ ଖେଳି ମାତ୍ର ୯୯ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧକ ୪ ଟି ୱିକେଟ ନେଇଥିବା ବେଳେ ୱାସିଂଙ୍ଗଟନ୍ ସୁନ୍ଦର, ସିରାଜ, ଏବଂ ସେହେବାଜ ଅହମଦ ୨ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଭାରତ ପକ୍ଷରୁ ସୁଭମନ ଗିଲ ୪୯ ରନର ପାଳି ଖେଳିଥିବା ବେଳେ ସେୟାର ଆୟର ଅପରାଜିତ ୨୮ ରନର ଇନିସ୍ ଖେଳିଥିଲେ । ଦଳ ମାତ୍ର ୧୯ ଓଭର ଗୋଟିଏ ବଲରେ ୭ ୱିକେଟରେ ବିଜୟୀ ହୋଇଥିଲା । ଜିତିବା ପାଇଁ ଭାରତକୁ ଏକ ରନର ଆବଶ୍ୟକତା ରହିଥିବା ବେଳେ ଶ୍ରେୟାସ ଛକା ମାରି ଦଳକୁ ଜିତାଇଥିଲେ । ତେବେ ପ୍ରଥମ ଥର ପାଇଁ ଭାରତର ଦ୍ୱତୀୟ ଟିମ ଦକ୍ଷିଣ ଆଫ୍ରିକାକୁ ଭାରି ପଡିଥିଲା ।

ପ୍ରଥମ ଟିମ୍ ଅପେକ୍ଷା ଦ୍ୱିତୀୟ ଟିମର ବୋଲରମାନେ ଭଲ ପଦଶର୍ନ କରିଥିବା ଦେଖିବାକୁ ମିଳିଥିଲା । ଆଭେଶ ଖାନ ୱିକେଟ ପାଇନଥିଲେ ବି ୫ ଓଭର ବୋଲିଂ କରି ଗୋଟିଏ ମେଡେନ ସହ ମାତ୍ର ୮ ରନ ବ୍ୟୟ କରିଥିଲେ । ଦିର୍ଘ ଦିନ ପରେ ଦଳକୁ ଫେରିଥିବା କୁଲଦୀପ ଯାବଦ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିଲେ । ସିରିଜରେ ଭଲ ପଦର୍ଶନ କରିଥିବା ମହମ୍ମଦ ସିରାଜଙ୍କୁ ମ୍ୟାନ ଅଫ ଦ ସିରିଜ ଘୋଷଣା କରଯାଇଥିଲା ।

Leave a Reply

Your email address will not be published. Required fields are marked *