ପରଲୋକରେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

୧୨/୧୦: ପରଲୋକରେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ । ଓଡ଼ିଆ ଧାରାବାହିକ ତଥା ସିନେ ଅଭିନେତ୍ରୀ ଭାବେ ତିଳୋତ୍ତମା ଜଣାଶୁଣା । ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ନିଖୁଣ ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ସେ ପରିଚିତ ଥିଲେ ।

ସିନେମା ହେଉ କି ଧାରାବାହିକ ସବୁଠି ଦେଖିବାକୁ ମିଳିଥିଲା ତାଙ୍କର ଅଭିନୟର ଯାଦୁଗରୀ । ସେ କଟକରେ ରହୁଥିଲେ । ତାଙ୍କ ସ୍ବାମୀ ନିର୍ଦ୍ଦେଶକ ହେମି ସାମଲ । ନାୟିକା ଦେବିକା ଅରୁନ୍ଧତୀଙ୍କର ସେ ମା’ । ତାଙ୍କର ଅକାଳ ବିୟୋଗ ଓଲିଉଡ଼ ଲାଗି ଏକ ଅପୂରଣୀୟ କ୍ଷତି ।

Leave a Reply

Your email address will not be published. Required fields are marked *