ହାଇସିକ୍ୟୁରିଟି ନମ୍ବଲ ପ୍ଲେଟ୍‌କୁ ନେଇ ହାଇକୋର୍ଟରେ ମାମଲା : ଅନ୍ ଲାଇନ ଓ ଅଫ୍ ଲାଇନରେ ବୁକିଂ ପାଇଁ ଅନୁରୋଧ

 ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟର ନମ୍ବର ପ୍ଲେଟ୍ ବା ଏଚଏସ୍ଆରପି ଲଗାଇବା ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଆବଶ୍ୟକ ବ୍ୟବସ୍ଥା ନଥାଇ ସରକାର ଏଭଳି ଏକ ନିଷ୍ପତ୍ତି ନେଇଥିବା ଆବେଦନରେ କୁହାଯାଇଛି । ଆବେଦନକାରୀ କହିଛନ୍ତି ଯେ ଏଚଏସଆରପି ଦ୍ୱାରା କଣ ଲାଭ ମିଳିବ ସେ ନେଇ ସାଧାରଣ ଲୋକେ ଅଜ୍ଞ ।

କିନ୍ତୁ ସରକାର ନିୟମ ଉଲ୍ଲଂଘନ ପାଇଁ ଏଥିପାଇଁ ଜରିମାନା ଧାର୍ଯ୍ୟ କରିଛନ୍ତି । ଯଦି ସରକାର ଏଭଳି ଏକ ବ୍ୟବସ୍ଥା କରିବାକୁ ଯାଉଛନ୍ତି ତେବେ ଉଭୟ ଅନ୍ ଲାଇନ ଓ ଅଫ୍ ଲାଇନରେ ଏଚଏସଆରପି ପାଇଁ ଗାଡି ମାଲିକ ଯେପରି ବୁକିଂ କରି ପାରିବେ ସେ ନେଇ ବ୍ୟବସ୍ଥା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *