ଗୁରୁଗ୍ରାମ: ହରିଆଣା ଗୁରୁଗ୍ରାମରେ ଏକ ମସ୍ଜିଦ୍ରେ ନମାଜ ପାଠ ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣ । ଘଟଣାରେ ଗୁରୁଗ୍ରାମ ପୁଲିସ ଡଜନରୁ ଅଧିକ ଲୋକଙ୍କୁ ଗରିଫ କରି ଥାନାକୁ ନେଇଛି। ବୁଧବାର ସନ୍ଧ୍ୟାରେ ଗୁରୁଗ୍ରାମର ଭୋରା କଲନ ଅଞ୍ଚଳରେ ଏଭଳି ଘଟଣା ଘଟିଥିଲା।
ଘଟଣାରେ ରୁଜୁ ହୋଇଥିବା ମାମଲା ଅନୁସାରେ, କିଛି ଦୁର୍ବୃତ୍ତ ସ୍ଥାନୀୟ ଅଞ୍ଚଳରେ ଥିବା ମସ୍ଜିଦ୍କୁ ଭଙ୍ଗାରୁଜା କରିଥିଲେ। ଏଥିସହିତ ଲୋକଙ୍କୁ ମରାପିଟା କରିବା ସହ ହତ୍ୟା ଧମକ ବି ଦେଇଥିଲେ। ଏହାପରେ ସେମାନେ ମସ୍ଜିଦ୍ର ଗେଟ୍ ବନ୍ଦ କରି ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ ବୋଲି ଏଫ୍ଆଇଆର୍ରେ କୁହାଯାଇଛି।

ଏହି ଘଟଣାରେ ସୁବେଦାର ନଜର ମହମ୍ମଦ ବିଳାଶପୁର ଥାନାରେ ମାମଲା ରୁଜୁ କରିଥିଲେ। ଅଭିଯୋଗରେ ସେ କହିଥିଲେ ଯେ ଭୋରା କଲ୍ୟାଣ ଅଞ୍ଚଳରେ କେବଳ ମୁସ୍ଲିମ ପରିବାର ରହୁଛନ୍ତି। ବୁଧବାର ସେ ଓ ଅନ୍ୟ ସାଥିମାନେ ମସ୍ଜିଦ୍ରେ ନମାଜ ପଢ଼ୁଥିବା ବେଳେ ହଠାତ୍ କିଛି ଲୋକ ମସ୍ଜିତ ଭିତରକୁ ପଶି ଅତର୍କିତ ଆକ୍ରମଣ କରିଥିଲେ। କେବଳ ସେତିକି ନୁହେଁ ଉକ୍ତ ଅଞ୍ଚଳକୁ ତୁରନ୍ତ ଖାଲି କରିଦେବାକୁ ସେମାନେ ଧମକ ଦେଥିଲେ ବୋଲି ମହମ୍ମଦ କହିଛନ୍ତି।
ଏହି ଘଟଣାରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୨୯୫ଏ(ଜାଣିଶୁଣି ଧାର୍ମିୟ ଭାବନାକୁ ଆଘାତ ପହଞ୍ଚାଇବା), ୩୨୩(ସ୍ୱେଚ୍ଛାକୃତ ଭାବେ ଆଘାତ ଦେବା), ୫୦୬(ଅପରାଧିକ କାର୍ଯ୍ୟକଳାପ),୧୪୭(ଦଙ୍ଗା),୧୪୮( ହତିଆର ଧରି ଦଙ୍ଗା କରିବା) ଲଗାଯାଇଛି। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଚିହ୍ନଟ କରିଛି। ସେମାନେ ହେଲେ ରାଜେଶ ଚୌହ୍ୱାନ, ଅନୀଲ ବାହାଦୁର ଓ ସଞ୍ଜୟ ଭ୍ୟାସ। ଘଟଣାରେ ପରବର୍ତ୍ତି ତଦନ୍ତ ଜାରି ରହିଛି।