ଓଡିଶା ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଏଆଇସିସି ସଭାପତି ହେବା ପାଇଁ ମାଗିବେ ଭୋଟ

୧୪/୧୦ : ଆଜି ଓଡିଶା ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ସଭାପତି ନିର୍ବାଚନରେ ଖଡଗେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ସେ ପ୍ରଚାର ପାଇଁ ଆଜି ଓଡିଶା ଆସୁଛନ୍ତି । ଭୁବନେଶ୍ୱର ଆସି ସେ ପିସିସି ସଭ୍ୟଙ୍କୁ ଭେଟି ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିବେ ।

ଭୁବନେଶ୍ୱରରେ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସେ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ସେ ପୁଣି ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି । ଜାତୀୟ କଂଗ୍ରେସର ସଭାପତି ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ଆସନ୍ତା ୧୭ ତାରିଖରେ ଏଥିପାଇଁ ଭୋଟ ଗ୍ରହଣ କରାଯିବ । ଓଡିଶାର ମୋଟ ୪୨୮ ଜଣ ପିସିସି ସଭ୍ୟ ଏଥିରେ ମତଦାନ କରିବେ ।

Leave a Reply

Your email address will not be published. Required fields are marked *